ଭୁବନେଶ୍ୱର, ବର୍ତମାନ ସାରା ରାଜ୍ୟରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିଛି । ଅଦିନିଆ ବର୍ଷାଦ୍ଵାରା ଧାନ ଭିଜୁଛି, ଷଡୁଛି । ଧାନର ମାନ ପରିବର୍ତନ ହେଲାଣି । ମିଲର ଏହାର ସୁଯୋଜ ଉଣ୍ଡି ବିଭିନ୍ନ ଆଳ ଦେଖାଇ ପ୍ରତି କ୍ୟୁଟାଲରେ ୫ରୁ ୧୦ କେଜି ଧାନ କାଟୁଛି ଚାଷି ଧାନ ଦେବାରେ ୨୪ ଘଟା ପରେ ତାର ପ୍ରାପ୍ୟ ପାଇବା କଥା କିନ୍ତୁ ବହୁ ସ୍ଥାନରେ ୮ରୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଋଷୀର ଆକାରଂଟକୁ ଟଙ୍କା ଆସୁ ନାହିଁ । ଜାଣିଣୁଣି ମଣ୍ଡିକୁ ଟାର୍ଗେଟ କମାଇ ଦିଆଯାଉଛି । ସରକାର ଧାନ କିଣିବା ପରିବେର୍ତ ମିଲର ତାର ମନମାନିରେ ଧାନ କିଣୁଛି । ବ୍ୟବସ୍ଥିତ ଢ଼ଙ୍ଗରେ ମଣ୍ଡି ଚାଲୁନାହିଁ । ଅନେକ ଜିଲ୍ଲାରେ ମଣ୍ଡି ଭିତିଭୂମି ନାହିଁ, କିମ୍ବା ଗୋଦାମ ଘର ନାହିଁ ।
ସରକାର ଚାଷୀଙ୍କ ସ୍ଵାର୍ଥ ପରିବର୍ତ୍ତେ ମିଲର ମାନଙ୍କ ସ୍ବାର୍ଥକୁ ବେଶି ଗୁରୁତ୍ବଦେଉଛନ୍ତି । ଏବେ ଧାନକିଣା ଏକ ପ୍ରହସନରେ ପାଲିଟିଛି କେବଳ କାଗଜ କଲମରେ ଚାଲିଛି ଧାନକିଣା । ସରକାରର ଏଥିପ୍ରତି ମଧ୍ୟ ନିଘା ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି କିଷାନସେଲ ଅଧ୍ୟକ୍ଷ ଶ୍ରୀ ଅମିୟ କୁମର ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥ ଦାୟୀ କରିଛନ୍ତି । ସରକାର ଆମଗାଁ ଆମ ବିକାଶ କଥାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ହେଲେ ଚାଷୀ କିନ୍ତୁ ସରକାରଙ୍କ ଖାତାରେ ଚାଷୀ ନାହାନ୍ତି । ଏ ଅଣଦେଖା କ’ଣ ପାଇଁ ? ମିଲର ପ୍ରଶାସନ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇ ପଂଚାୟତ ନିର୍ବାଚନରେ ବିଜେଡ଼ି ଭୋଟ ହାତେଇବାକୁ ଚାଷୀଙ୍କ ଟଙ୍କା ଲୁଟ କରୁଛନ୍ତି । ଚାଷୀ ଧାନ ବିକିବେ, ସରକାର ଧାନ କିଣିବେ, ମିଲର ଏହାକୁ ବୟଲ କରି ଚାଉଳ କରିବ । ରାଜ୍ୟର ଆବଶ୍ୟକ ପୂରଣ ପରେ ବଳକାଧାନର ଉତ୍ପାଦିତ ଚାଉଳକୁ ଏଫିସିଆଇ କିଣିବା କଥା କିନ୍ତୁ ଏଫିସିଆଇ କିଣୁନାହଁ କେନ୍ଦ୍ର ସରକାରଙ୍କ ଜାଣିଶୁଣି ଏଦିଗରେ ରାଜନୀତି କରୁଛନ୍ତି ।
ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଧାନର କଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ । ଏମଏସପିର ଆଇନଗତ ଗ୍ୟାରେଟି ମିଲିଲା ନାହିଁ । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସୁଦ୍ଧା ଚାଷୀର ଆୟ ଦୁଇଗୁଣା କରିବେ ବୋଲି ୫ବର୍ଷ ତଳେ ଦେଇଥିବା ପ୍ରତିଶୁତି କେବଳ ଘୋଷଣାରେ ରହିଛି । ଚାଷୀଙ୍କ ଧାନ କିଣାଯାଉ ନାହିଁ କିମ୍ବା ଏଫିସିଆଇ ରାଜ୍ୟରୁ ଚାଉଳ କିଣାଯାଉ ନାହିଁ । ଫଳରେ ବିଜେଡ଼ି ଓ ବିଜେପି କଳିରେ ଚାଷୀ ପଡୁଛି ବଳି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । । ଓଡ଼ିଶାରେ ଖରିଫରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଛି । ହେବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନରେ ୨୪ଲକ୍ଷ ମେଟ୍ରିକଟନ ଚାଉଳ ବଂଟନ ପରେ ବାକି ୨୮ଲକ୍ଷ ମେଟ୍ରିକ ଟନ ଚାଉଳରୁ ଅରୁଆ ମାତ୍ର ୪ ଲକ୍ଷ ମେଟ୍ରିକ ଟନ । ଆଉ ବଳକା ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫିସିଆଇ କିଣିବା କଥା । ଏବେ ଏଫସିଆଇ ବଳାକ ଚାଉଳ କିଣୁ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅରୁଆ ଚାଉଳ ପ୍ରସ୍ତୁତି ପାଇଁ ଓଡ଼ିଶାରେ କୌଣସି ଭିତିଭୂମି ସ୍ଥାପନ କରାଯାଇ ନାହିଁ ।
ରାଜ୍ୟରୁ ୯୦ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରାଯାଉଛି । କେନ୍ଦ୍ର ହେଉ କି ରାଜ୍ୟ ହେଉ । ଏଥୁରେ ଚାଷୀଙ୍କ ଦୋଷ କ’ଣ । ଉଭୟ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରିତ କରିଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାର ଅବିଳମ୍ବେ ଚାଷୀଙ୍କ ସମସ୍ତ ବଳକାଧାନ ନିର୍ଦ୍ଧାରୀତ ଏମଏସ୍ପିରେ କିଣିବା ସହ କେନ୍ଦ୍ର ସରକାର ରାଜ୍ୟର ଆଉ ବଳକା ୨୪ ଲକ୍ଷ ମେଟ୍ରିକ ଟନ ତୁରନ୍ତ ଉଠାନ୍ତୁ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯାହାକି ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉଭୟ ବିଜେପି ବିଜେଡ଼ି ଦଳକୁ ଚାଷୀ ଏହାର ଠିକଣା ଜବାବ ଦେବେ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି କିଷାନ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ସାଇ ପ୍ରସାଦ ପାତ୍ର ଉପସ୍ଥିତି ଥିଲେ ।
Post a Comment