loading...

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ଓ ଶୋକସଭା

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଭୀର ଶୋକ ପ୍ରକାଶ କରିଛି । ଆଜି ସକାଳେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀର କଂଗ୍ରେସ ଭବନ ଠାରେ ପଂହଚିବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ନିଖୁଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ ବହୁ କଂଗ୍ରେସ ନେତା ସ୍ବର୍ଗତ ବିଶ୍ବାଳଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ଶୋକ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜି. ରୁଦ୍ର ରାଜୁ, ରାମଚନ୍ଦ୍ର ଝୁଟିଆ, ସୁରେଶ କୁମାର ରାଉତରାୟ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଗିରିବାଳା ବେହେରା, ଜିଆଉଲ ହକ, ୟାସିର ନୱାଜ, ବାଙ୍କ ନିଧୁ ବେହେରା ପ୍ରମୁଖ ସ୍ୱର୍ଗତ ବିଶ୍ବାଳଙ୍କୁ ଜଣେ ଦୃଢ଼ମନା ବ୍ୟକ୍ତିତ୍ବ ଭାବରେ ବର୍ଣ୍ଣନା କରିଥିଲେ । ସାଂଗଠନିକ କ୍ଷେତ୍ରରେ ହେଉ ଅଥବା ପ୍ରଶାସନିକ କ୍ଷେତ୍ରରେ ହେଉ ସମସ୍ତ ଦାୟୀତ୍ବକୁ ସେ ସାଲିସ ବିହୀନ ଭାବରେ ନିର୍ବାହ କରୁଥିଲେ । ଦଳିତ, ନିଷେସିତ ଜନତାର ବିକାଶ ନିମନ୍ତେ ସେ ସର୍ବଦା କାର୍ଯ୍ୟ କରୁଥିଲେ । 

ଭୁବନେଶ୍ବର ଏଜି ଛକ ଠାରେ ଡ. ବି. ଆର ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ସେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ତାଙ୍କର ନୀତି ଓ ଆଦର୍ଶ ସଂପକରେ ଆଲୋକପାତ କରାଯାଇଥିଲା । ବୈଠକର ପ୍ରାରମ୍ଭରେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । 

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଚିନ୍ମୟ ସୁନ୍ଦର ଦାସ, ପତ୍ନାକର ଗୁରୁ, ଅମିୟ କୁମାର ପଟ୍ଟନାୟକ, ହଳଧର ସେଠୀ, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସନତ ଦାସ, ନିଶିକାନ୍ତ ମିଶ୍ର, ବିଶ୍ୱଜିତ ଦାଶ, ବିସ୍ମୟ ମହାପାତ୍ର, ସୁବ୍ରତ ମହାପାତ୍ର, ସ୍ଵାଧୀନବାଳା ଦାସ, ତୃପ୍ତି ଦାସ, ରସିକ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ବିଷ୍ଣୁ ଚରଣ ବାରିକ, ଜଗନ୍ନାଥ ମିଶ୍ର, ଭିମସେନ ଭୋଇ, ତାପସ ସେଠୀ, ଦୀପକ ମହାପାତ୍ର, ଶୈଳେନ୍ଦୁ ମଜମୁଦାର, ରାଜକିଶୋର ବାରିକ, ସଂକୁନା କହଁର, ସଂଜୀବ ମହାନ୍ତି, କୁସୁମ ପ୍ରଧାନ, ଉମେଶ ସ୍ବାଇଁ, ସାଗର ପରିଡ଼ା, ଦେବେନ୍ଦ୍ର ପ୍ରସାଦ ଦାସ, ସୁଭାଷ ପ୍ରଧାନ, ରମେଶ ପାତ୍ର, ମନୋଲିଶ ଦାସ, ପ୍ରଭାବତୀ ପଟ୍ଟନାୟକ, ବୁନା ମହାନ୍ତି, ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ବହୁ କର୍ମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget