loading...

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍‌ର ୩ଟି ପ୍ରୟୋଗଶାଳା ଉଦ୍‌ଘାଟିତ

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍‌ର ୩ଟି ପ୍ରୟୋଗଶାଳା ସୋଆ ଉପସଭାପତିଙ୍କ ଦ୍ବାରା ଉଦ୍‌ଘାଟିତ

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍‌ର ୩ଟି ପ୍ରୟୋଗଶାଳା ଉଦ୍‌ଘାଟିତ

ଭୁବନେଶ୍ୱର, ଛାତ୍ରଛାତ୍ରୀମାନଙ୍କୁ ସାବଲମ୍ବୀ କରିବା ସହିତ ବଜାରରେ ସୁଲଭ ମୂଲ୍ୟର ଉତ୍ପାଦ ଯୋଗାଇବା ଏବଂ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ (ଆଇଏଏସ୍‌) ପକ୍ଷରୁ ୩ ଟି ପ୍ରୟୋଗଶାଳା ସୋଆ ଉପସଭାପତି ଶ୍ରୀମତି ଶାଶ୍ଵତୀ ଦାସଙ୍କ ଦ୍ବାରା ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଏକ୍ସପେରିମେଟାଲ ଲଙ୍ଘି ପ୍ରୋଗ୍ରାମ୍ ଅଧିନରେ ଏହି ୩ଟି ପ୍ରୟୋଗଶାଳାର ଆରମ୍ଭ କରାଯାଇଛି । ପ୍ଲାଟ ପାଥୋଲୋଜି ଏବଂ ଏ ମୋଲୋଜି (କୀଟତତ୍ବ) ବିଭାଗ ଅଧିନରେ ପ୍ରୟୋଗଶାଳାଗୁଡ଼ିକ ପ୍ରସ୍ତୁତ କରାଯାଇଛି । ପ୍ଲାଟ ପାଥୋଲୋଜି ବିଭାଗ ଅଧିନରେ ଛତୁ ଓ ଛତୁ ମଞ୍ଜିର ଉତ୍ପାଦନ ନିମନ୍ତେ ଦୁଇଟି ପ୍ରୟୋଗଶାଳା ଆରମ୍ଭ କରାଯାଇଛି । 

ଏହି ଦୁଇଟି ପ୍ରୟୋଗଶାଳାରେ ଛତୁ ଓ ବିହନ ଉତ୍ପାଦନ ନିମନ୍ତେ ଷ୍ଟ୍ର ଷ୍ଟୋରିଂ, ମିଡିଆ ରୁମ୍, ସନ୍ ରୁମ୍ ଏବଂ କଲଚର୍ ରୁମ୍ ରହିଛି । ଏଠାରେ ପାଳଛତୁ , ଅଏଷ୍ଟର ଛତୁ, ବଟନ୍ ଛତୁ, ମିକ୍ସି ଛତୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଉପଯୋଗୀ ଛତୁର ଉତ୍ପାଦନ କରାଯିବ । ଏହା ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ନିଜେ ଛତୁ ଚାଷ କରି ସାବଲମ୍ବୀ ହେବା ନିମନ୍ତେ ପ୍ରଚେଷ୍ଟା କରାଯିବା ସହ ବଜାରରେ ସୁଲଭ ମୂଲ୍ୟରେ ଛତୁ ବିକ୍ରୟ ନିମନ୍ତେ ବ୍ୟବସ୍ଥା କରାଯିବ । ସେହିପରି କୀଟତତ୍ୱ ବିଭାଗ ଅଧିନରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା (ବାୟୋଲଜିକାଲ୍ କଂଟ୍ରୋଲ ଲାବୋରେଟୋରୀ) ଆରମ୍ଭ କରାଯାଇଛି । ଏହି ପ୍ରୟୋଗଶାଳାରେ ପରାଶ୍ରୟୀ (ପାରାସାଇଟ୍) ଓ ପରଜୀବୀ (ପ୍ରିୱେଟର୍) କୀଟଙ୍କୁ ପାଳନ କରାଯିବ । ଏହା ଦ୍ଵାରା ଏହି କୀଟଗୁଡ଼ିକ କୃଷି କ୍ଷେତ୍ରରେ ଅନିଷ୍ଟକାରୀ ପୋକ ଗୁଡ଼ିକୁ ନଷ୍ଟ କରିପାରିବେ । 

ଏଥିନିମନ୍ତେ କୀଟନାଶକ ଔଷଧର ଆବଶ୍ୟକ ପଡ଼ିବ ନାହିଁ । ଏହା ଅଧିନରେ ବାୟୋ ଏଜେଟ ବ୍ରିମିଂ ଲାବୋରେଟୋରୀ ଏବଂ କୋରସିରା ବ୍ରିମିଂ ଲାବୋରେଟୋରୀ ଭଳି ଦୁଇଟି ୟୁନିଟ୍ ଗଠନ କରାଯାଇଛି । ଏଜେଟ ବ୍ରିମିଂ ଲାବୋରେଟୋରୀରେ ଅନିଷ୍ଟକାରୀ କୀଟଙ୍କୁ ନଷ୍ଟ କରିବା ନିମନ୍ତେ କୀଟ ପାଳନ କରାଯିବ ଏବଂ କୋରସିରା ବ୍ରିମିଂ ଲାବୋରେଟୋରୀରେ ଏହି କୀଟ ମାନଙ୍କ ନିମନ୍ତେ ଖାଦ୍ୟ ଉତ୍ପାଦନ କରାଯିବ । ଏହି ୩ଟି ପ୍ରୟୋଗଶାଳା ଦ୍ଵାରା ଛାତ୍ରଛାତ୍ରୀମାନେ ସ୍ବାବଲମ୍ବୀ ହୋଇପାରିବେ ଏବଂ କୃଷକମାନେ ମଧ୍ୟ ଅନେକ ମାତ୍ରାରେ ଉପକୃତ ହୋଇପାରିବେ ବୋଲି ସୋଆ ଉପସଭାପତି ଶ୍ରୀମତି ଶାଶ୍ଵତୀ ଦାସ କହିଛନ୍ତି । ଏହାଦ୍ଵାରା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଶଳୀ ହୋଇପାରିବେ ଏବଂ ପାଠପଢ଼ା ଶେଷ ହେବା ପରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବେ ବୋଲି ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget