loading...

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମଜୟନ୍ତୀ

ର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜନ୍ମଜୟନ୍ତୀ

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମଜୟନ୍ତୀ

ଭୁବନେଶ୍ୱର, ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ଭୁବେନେଶ୍ବର ୟୁନିଟ୍-୯ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ସ୍ବର୍ଗତ ଲୁଲୁ ବାବୁଙ୍କ ଜୀବନୀ, ବ୍ୟକ୍ତିତ୍ଵ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ବାନ କରିଥିଲେ । 

ଦିବା ୧୦ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ୨୦୦ ଛାତ୍ରଛାତ୍ରୀଙ୍କୁ ସ୍ମତି କମିଟିର ଅଧକ୍ଷ ଶୁଭେନ୍ଦୁ ମହାନ୍ତି ଫଳ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ଘନଶ୍ୟାମ ମହାନ୍ତି, ମନୋଜ ସାହୁ, କୀର୍ତନାନନ୍ଦ ଦାସ, ସୁଦୀପ ସାମଲ, ହିମାଂଶୁ ଲେଙ୍କା, ପ୍ରଦୀପ ନାୟକ, ସରୋଜ ପରିଡ଼ା, ମନତୋଷ ମହାପାତ୍ର, ନିରଞ୍ଜନ ରାଉତ, ଦେବଦତା ଜେନା, ବିଂରଚି ପ୍ରଧାନ, ସୁବଳ ନାୟକ, ମଙ୍ଗୁଳି ଶତପଥ, ସରୋଜ ରାୟ, ତୋଫାନ ସ୍ବାଇଁ, ଅକ୍ଷୟ ଦାସ, ରମାକାନ୍ତ ପରିଡା, ଗଗନ ସ୍ୱାଇଁ, ଦିଲ୍ଲୀପ ସ୍ୱାଇଁ, ଦେବାଶିଷ ଭୂୟୀ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବଦ୍ଧି, ଖଗେଶ୍ଵର ମଲ୍ଲିକ, ପ୍ରମୁଖ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget