loading...

ଆନ୍ତର୍ଜାତୀକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳନ ଏବଂ ସଚେତନତା ସୃଷ୍ଟି

ଆନ୍ତର୍ଜାତୀକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳନ ଏବଂ ସଚେତନତା ସୃଷ୍ଟି ନିମନ୍ତେ ଏକତ୍ରିତ ହେଲେ ସର୍ଜନ୍

ଆନ୍ତର୍ଜାତୀକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳନ ଏବଂ ସଚେତନତା ସୃଷ୍ଟି

ଭୁବନେଶ୍ୱର, ଭାରତର ପ୍ରଥମ ମାକ୍ସିଲୋଫେସିଆଲ ସର୍ଜନ୍ ଡାକ୍ତର ମିନୁ ସୋରାବୁଜୀ ଗିଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନର ଓରାଲ୍ ଓ ମାକ୍ସିଲୋଫେସିଆଲ ସର୍ଜମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲରେ ଏକତ୍ରିତ ହୋଇ । ଏହି ଅସ୍ତ୍ରୋପଚାରର ବିଶେଷତ୍ବ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ । ଓରାଲ୍ ଓ ମାକ୍ସିଲୋଫେସିଆଲ ସର୍ଜସ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖାର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖରେ ଡାକ୍ତର ଗିଲାଙ୍କ ଜନ୍ମ ଦିନକୁ ପାଳନ କରିବା ସହ ଏହି ବିଶେଷ ଚିକିତ୍ସା ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି ।

ଟିଷ୍ଟ୍ରିର ୯ଟି ବିଶେଷତ୍ବ ମଧ୍ୟରୁ ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜରୀ ହେଉଛି ଏକ ସର୍ଜିକାଲ ଶାଖା ଯାହା ମୁଣ୍ଡ, ବେକ, ମୁହଁ, ପାଟି । ଏବଂ ଓରାଲ୍ ଓ ମାକ୍ସିଲୋଫେସିଆଲ୍‌ ଅଂଶର ବିଭିନ୍ନ କଠିନ ଏବଂ ନରମ କୋଷିକା ଗୁଡ଼ିକରେ ସୃଷ୍ଟି ହେଉଥିବା ବିଭିନ୍ନ ରୋଗ, ଆଘାତ ଓ ସମସ୍ୟାର ଉପଚାର ନିମନ୍ତେ ଉଦ୍ଦିଷ୍ଟ ଅଟେ । କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ, ଭୁବନେଶ୍ବର ସ୍ଥିତ ହାଇ-ଟେକ୍ ଫେଟାଲ୍ କଲେଜ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ । ଟାଲ୍ ସାଇନ୍ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜମାନେ ଏଥିରେ ଯୋଗ ଦେଇଥିଲେ ।

ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଟାଲ୍ ସାଇସେସୁର ଡିନ୍ ପ୍ରଫେସର ନୀତା ମହାନ୍ତି, ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଶୋଭନ୍ ମିଶ୍ର, ଅଲ୍ ଓଡ଼ିଶା ମାକ୍ସିଲୋଫେସିଆଲ୍ ସର୍ଜନ୍ମ ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି ଡାକ୍ତର ସ୍ବର୍ଣ୍ଣାଭ ପଟ୍ଟନାୟକ, ସଂପାଦକ ଡାକ୍ତର ସ୍ଥିତିପ୍ରଜ୍ଞ ଲେଙ୍କା ଏବଂ କୋଷାଧ୍ୟକ୍ଷ ଡାକ୍ତର ପ୍ରତିକ ତ୍ରିପାଠୀ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଅକୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଏବଂ ଡାକ୍ତର ସୁଧାଂଶୁ ଷଢ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖଗହ୍ନର କର୍କଟ ରୋଗର ନିରାକରଣ, ସଡକ ସୁରକ୍ଷା ଏବଂ ଘରୋଇ ହିଂସା ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାଇ-ଟେକ୍ ଟାଲ୍ କଲେଜର ଅଧ୍ୟକ୍ଷ ଡାକ୍ତର ସଂଗ୍ରାମ ପାତ୍ର, ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ନିରଞ୍ଜନ ମିଶ୍ର, ହାଇ-ଟେକ୍ ଫେଟାଲ୍ କଲେଜର ଓଏମ୍ଏଫ୍ଏସ୍ ବିଭାଗର ମୁଖ୍ୟ ଡାକ୍ତର ସନ୍ଦୀପ୍ ସାମଲ, କିସର ଓଏମ୍ଏଫ୍ଏସ୍ ବିଭାଗର ମୁଖ୍ୟ ଡାକ୍ତର ଲେହରୀ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget