loading...

ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଦିନକୁ ଦିନ ଭୂଗର୍ଭ ଜଳ ତଳକୁ ଖସି ଖସି ଯାଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଜାତୀୟ ସମସ୍ୟା ଭାବରେ ପ୍ରତିହତ ହେବ

ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଦିନକୁ ଦିନ ଭୂଗର୍ଭ ଜଳ ତଳକୁ ଖସି ଖସି ଯାଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଜାତୀୟ ସମସ୍ୟା ଭାବରେ ପ୍ରତିହତ ହେବ । ଏହି ଜ୍ବଳନ୍ତ ସମସ୍ୟା ଉପରେ ଆଜି ଭୁବନେଶ୍ବରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫାଉଣ୍ଡେସନର ସଭାପତି ଡ ବିପିନ ବିହାର ମିଶ୍ର କହିଲେ ଯେ, ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଆଜି ଦିନରେ ସମ୍ପତ୍ତି ଭଳି ସୁରକ୍ଷିତ ରଖୁବାକୁ ହେବ । ନଚେତ ଆଗାମୀ ପିଢି ବଞ୍ଚିବା କଷ୍ଟକର ହୋଇପଡ଼ିବ । ଏହି ସମସ୍ୟା ଦିନକୁ ଦିନ ବଢି ବଢି ଭଳିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ଏବଂ ତା ସହିତ ବିଭିନ୍ନ ସ୍ଥାନରେ ଜଳସମ୍ପଦର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି । 

ମୁଖ୍ୟ ଅତିଥ ଭାବରେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର କହିଲେ ଯେ, ଜଳ ହିଁ ଜୀବନ ଏବଂ ଏହାର ସଂରକ୍ଷଣ ପାଇଁ ଆମ ସମସ୍ତଙ୍କର ନୈତିକ କର୍ଭବ୍ୟ । ନଚେତ ଆମ ପରବର୍ତ୍ତୀ ପିଢି ଆମକୁ ଭର୍ସନା କରିବେ । ପ୍ରତିଟି ଜ ନ୍ଦୁ ଆମ ପାଇଁ ଜୀବନ ବିନ୍ଦୁ ବୋଲି ବୁଝିବାକୁ ହେବ । ଅନ୍ୟତମ ଅତିଥ ତଥା ଭେଟରାନ ସିନେ ପ୍ରଯୋଜକ ସୁବାସ ରଥ ସମ୍ପ୍ରତି ସ୍ଥିତିରେ ଯଦି ଆମ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ନକରିବା, ତେବେ ଆଗାମୀ ସମୟରେ ସେ ନେଇ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ । ଏ ନେଇ କିଛି କିଛି ସିନେମା ମଧ୍ୟ ନିର୍ମିତ ହୋଇଛି । ଏହି ସିନେମାଗୁଡ଼ିକ କୌଣସି ମନୋରଞ୍ଜନ ମାତ୍ର ନୁହେଁ, ଆମର ଭବିଷ୍ୟତ ପାଇଁ ଚେତାବନୀ ମଧ୍ୟ । ଅତଏବ ଆମେ ଏବେଠୁ ସଚେତନ ହେବା ଆବଶ୍ୟକ ଏବଂ ଏହି ପୂଣ୍ୟ କାର୍ଯ୍ୟ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । 

ମଣିଷ ସମାଜ ବଞ୍ଚିବା ପାଇଁ ଆବଶ୍ୟକ ଜଳର ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବା ଆବଶ୍ୟକ ଉପରେ ଅନ୍ୟତମ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଚରଣ ମହାନ୍ତି ଆଲୋକପାତ କରିଥିଲେ । ଯୁବ ସାମାଜିକ କର୍ମୀ ଦିଲ୍ଲୀପ ପଟ୍ଟନାୟକ ଜଳ ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ସମୟର ଏକ ଆହ୍ବାନ ଏବଂ ଆମ ସମସ୍ତଙ୍କ ପ୍ରୟାସରେ ହିଁ ଏହାର ସଂରକ୍ଷଣ ସମ୍ଭବ ହେବ ବୋଲି କହିଥିଲେ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡଃ ସୁକାନ୍ତି ମିଶ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପସ୍ଥିତି ସମସ୍ତ ଅତିଥି ଏବଂ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସକ୍ରିୟ ସଦସ୍ୟ ନିଜାମୁଦ୍ଦିନ ବେଶ୍, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget