loading...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ 2ଟି ପୁସ୍ତକ ଉନ୍ମୋଚିତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ 2ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ 2ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ 2ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଫ୍ ଇଅର୍ସ ‘ ( My First Thirty Five Years ) ଏବଂ ଲେଖକଙ୍କ ସ୍ୱରଚିତ ଓଡିଆ ପୁସ୍ତକ -“ଗାଁରେ ସେହି ସବୁ ଦିନ” । ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍’ ଦ୍ୱାରା ଏବଂ ଦ୍ୱିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି । 

ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ଯ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବାବେଳେ ତାଙ୍କ ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ 5ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, 2ଟି ଜନଜାତି କବିତା ସଂକଳନ, 2ଟି ଅନୁବାଦ ଓ 2ଟି ଅନ୍ୟାନ୍ୟ ରଚନା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget