ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଆଳି ବ୍ଲକର ୨୧ ନଂ ଜୋନରେ ଦୀର୍ଘ ତିନିଦଂଟା ଧରି ପ୍ରଚାର କରିଥିଲେ । ଏହି ପ୍ରଚାର ଶୋଭାଯାତ୍ରା କସରଦାଠୁ ଆରମ୍ଭ ହୋଇ ଏବଂଚ, ରାଣିଓଳା, ସଗଡ଼ାଇଲେ, ସିଠାଳା, ଏକବରୁଆଁ ଫଚାୟତ ଦେଇ ଯାଇଥିଲା । ରାସ୍ତାରେ ସମସ୍ତ ଗ୍ରାମରେ ପ୍ରବଳ ଜନସମାଗମ ହୋଇଥିଲା । ଜନସାଧାରଣ ଉତ୍ସାହର ସହ ଶ୍ରୀ ପଟ୍ଟନାୟକଙ୍କୁ ସ୍ବାଗତ କରିବା ସହ ରାଲିରେ ଯୋଗଦାନ କରିଥିଲେ । ପ୍ରତି ଛକରେ ଫୁଲତୋଡ଼ା ଓ ଉତରୀୟ ପ୍ରଦାନ କରି ସାଧାରଣ ଜନତା କଂଗ୍ରେସ ପ୍ରତି ସମର୍ଥନ ପ୍ରକଟ କରିଛନ୍ତି ।
ପ୍ରକାଶଥାଉକି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନିଜ ଗ୍ରାମ ପଂଚାୟତ ଦେଇ ଶୋଭାଯାତ୍ରା ଯାଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ଵତପ୍ରବୃତ ଭାବେ କଂଗ୍ରେସର ପ୍ରଚାର ଶୋଭାଯାତ୍ରାରେ ଯୋଗଦାନକୁ ଦେଖ୍ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭାବବିହ୍ବଳ ହୋଇପଡ଼ିଥିଲେ ଏବଂ ନିଆଳି ବ୍ଲକରେ କଂଗ୍ରେସ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ଯୁବନେତା ତଥା କଟକ ଜିଲ୍ଲା କଂଗ୍ରେସ ଉପସଭାପତି ଶଶିକାନ୍ତ ଲେଙ୍କାଙ୍କ ନେତୃତ୍ବରେ ଆଜିର ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଫଚାନନ କାନୁନଗୋ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ରେଣୁକା ସିଂ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କଂଗ୍ରେସ ନେତୃବୃନ୍ଦ ଓ କଂଗ୍ରେସକୁ ସମର୍ଥନ କରୁଥିବା ସରପଂଚ ଓ ସମିତିସଭ୍ୟ ପ୍ରାର୍ଥିମାନେ ଯୋଗଦେଇଥିଲେ ।
Post a Comment