ଭୁବନେଶ୍ୱର, ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ ସୋଆ) କ୍ୟାମ୍ପରେ ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ବୁଧବାର ଉଦ୍ଘାଟନ କରିଛନ୍ତି । ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସ୍ବୁକ୍ ଅପଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନ୍ଲାଇନ୍ ଆକାଉଣ୍ଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି ।
ଏଥି ସହିତ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିପ୍ଟର ସୁବିଧା ରହିଛି । ଏଭଳି ସେବା ଦ୍ଵାରା ଛାତ୍ରଛାତ୍ରୀମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ସେମାନଙ୍କୁ ବ୍ୟାଙ୍କିଙ୍ଗ ସେବାର ସମସ୍ତ ସୁବିଧା ସୋଆ କ୍ୟାମ୍ପସ୍ ପରିସରରେ ୨୪ ଘଣ୍ଟା ଉପଲବ୍ଧ ହେବ । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏଭଳି ସେବା ପ୍ରଦାନ ସାଗତ ଯୋଗ୍ୟ ବୋଲି ଏହି ଡିଜିଟାଲ ସେବାକୁ ଉଦ୍ଘାଟନ ସମୟରେ କହିଛନ୍ତି ପ୍ରଫେସର ନାୟକ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ । ଏହି ସେବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଅନ୍ଲାଇନ୍ ସେବା । ଏହା ଦ୍ବାରା ଉଭୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଖୁବ୍ ଉପକୃତ ହୋଇପାରିବେ ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରେ ଏହି ଡିଜିଟାଲ ହଟ୍ ଉଦ୍ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଅନ୍ୟାନ୍ୟ ଜୋରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ଭରଦ୍ୱାଜ। ଏହି ଅବସରରେ ପିଏନ୍ବିର ଭୁବନେଶ୍ଵର ସର୍କଲ୍ ହେଡ୍ ଶ୍ରୀ ପରେଶ ଦାସ ନୂତନ ଭାବେ ଉଦ୍ଘାଟିତ ହୋଇଥିବା କେନ୍ଦ୍ରର ସୂଚନା ଦେବା ସହ ଏଠାରେ ଦୁଇ ଜଣ କର୍ମଚାରୀ କାର୍ଯ୍ୟରତ ରହିବେ ବୋଲି କହିଛନ୍ତି । ଜଣେ ମାର୍କେଟିଂ ବିଭାଗର କର୍ମଚାରୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସେବା ପ୍ରଦାନ ନିମନ୍ତେ ଏବଂ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କିଙ୍ଗ ସେବା ପ୍ରଦାନ ନିମନ୍ତେ ନିୟୋଜିତ ରହିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଏହି ଡିଜି ହରେ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ କରିବାର କ୍ଷମତା ରହିଛି । ଟଙ୍କା ଡିପୋଜିଟ୍ ହେବା ସଂଗେ ସଂଗେ । ଆକାଉଣ୍ଟରେ ଏହା ପ୍ରତିଫଳିତ ହେବ ଏବଂ ମୋବାଇଲରେ ମେସେଜ୍ ଆସିଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ ପୋଖରୀପୁଟ ଶାଖାର ସିନିୟର ମ୍ୟାନେଜର ଶ୍ରୀ ସୌମିତ୍ରୀ ପତି। ଏହି ଉଦ୍ଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚାଟାର୍ଡ ଆକାଉଣ୍ଟାଟ ଶ୍ରୀ ସରୋଜକାନ୍ତ ସାମଲ, ଆଇବିସିସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।
Post a Comment