loading...

ସମ୍ ହସ୍ପିଟାଲରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ

କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ସବୁବେଳେ ଆଗଧାଡିରେ ରହିଥିବା ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା

ସମ୍ ହସ୍ପିଟାଲରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ

ଭୁବନେଶ୍ୱର, କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ସବୁବେଳେ ଆଗଧାଡିରେ ରହିଥିବା ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ କରାଯାଇଛି । ବୁଧବାର ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସମ୍ ହସ୍ପିଟାଲରେ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ଏହି ଭାକ୍ସନ୍ ପ୍ରଦାନ କରାଯାଇଛି । ଆଇସିଆଇସିଆଇ ଫାଉଣ୍ଡେସନ୍‌ର ସହଯୋଗରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ୧୫ ରୁ ୧୮ ବୟସର ପ୍ରାୟ ହଜାର ଜଣଙ୍କୁ ଏହି ଭାକ୍ସନ୍ ପ୍ରଦାନ କରାଯିବାର ଯୋଜନା ରହିଛି । 

ଭାକ୍ସନ୍ ପ୍ରଦାନ କାର୍ଯ୍ୟକ୍ରମରେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଲିପିଲେଖା ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଯେଉଁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଭାକ୍ସନ୍ ଦେଇପାରି ନାହାନ୍ତି ସେମାନେ ସମ୍ ହସ୍ପିଟାଲରେ ଆସି ଭାକ୍ସନ୍ ନେଇପାରିବେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget