ଭୁବନେଶ୍ୱର, ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ୱାର୍ଲି ସ୍କୁଲ ସେଣ୍ଟର ପରିଦର୍ଶନ କରିଛନ୍ତି । ବିଶ୍ବସ୍ତରୀୟ ଭିତ୍ତିଭୂମି ଦେଖି ସେ ନିଜର ଖୁସି ଅଭିବ୍ୟକ୍ତ କରି । କହିଥିଲେ ଯେ ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୌଶଳ ଥିବା କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ରହିଛି । ଏହା ଆଇଟିଆଇ ଏବଂ ପଲିଟେକ୍ତିକ୍ ଛାତ୍ରଛାତ୍ରୀଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂ ପରିପ୍ରକାଶ କରିଥିଲେ । ୱାର୍ଲ ସ୍କିଲ ସେଣ୍ଟର ପରିଦର୍ଶନ କରିବା ପରେ ରାଷ୍ଟ୍ରୀୟ ଖଣିଜ ନିଗମର ସିଏମ୍ ଶ୍ରୀ ସୁମିତ ଦେବ କହିଥିଲେ ଯେ ଯୁବପିଢିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ଓଡିଶା ସରକାର ଯେଉଁ ଅନୁଭୁତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ ।
ଶ୍ରେଷ୍ଠ ଆଇଟିଆଇ ଏବଂ ପଲିଟେକ୍ତିକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କେନ୍ଦ୍ର ଏକ ଫିନିସିଂ ସ୍କୁଲ୍ ଭାବରେ କାର୍ଯ୍ୟ କରିବା ସହିତ ଆଇଟିଆଇ ଏବଂ ପଲିଟେକ୍ତିକ୍ ଶିକ୍ଷକମାନଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ବିଏମସି କମିଶନର ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଶ୍ରୀ ସଞ୍ଜୟ କୁମାର ସିଂ କହିଥିଲେ । ଅଠର ମହଲା କୋଠାର ପ୍ରତ୍ୟେକ ମହଲା ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ ଏବଂ ୨୦୨୧ ବର୍ଷ ପାଇଁ ଏୟାର କଣ୍ଡିସିନର ଏବଂ ରେଫ୍ରିଜରେଜେସନ୍, ମେକାନିକାଲ୍ ଏବଂ ଇଲେକ୍ତି କାଲ୍ ସର୍ଭିସେସ୍ ଏବଂ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ପ୍ରତିନିଧି ଦଳଙ୍କୁ ସୂଚନା ଦେଇଥିଲେ । ଶ୍ରୀ ସିଂ ଏବଂ ସହଯୋଗୀମାନେ ୱାଇଁ ସ୍କୁଲ ସେଣ୍ଟରର ସମସ୍ତ ଲାବ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।
Post a Comment