ଭୁବନେଶ୍ୱର, ସାମ୍ପ୍ରତିକ ସମାଜରେ ନିଜର ଜନ୍ମ ଦିନଟିକୁ କେହି କେହି ହୋଟେଲ, ପଞ୍ଚତାରକା ହୋଟେଲରେ, ଡ଼ିଜେର ତାଳେ ତାଳେ ଧୂମଧାମରେ ପାଳନ କରୁଥିବା ବେଳେ, ଆଉ କେହି କେହି ସାଙ୍ଗସାଥୀଙ୍କ ମେଳରେ, ଭୋଜିଭାତ ଆସରରେ ପାଳନ କରି ନିଜ ଜନ୍ମଦିନିଟକୁ ସ୍ମରଣୀୟ କରିଥାନ୍ତି । ହେଲେ ଜାତୀୟତାର ମହାନ୍ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜଣାଶୁଣା ସମାଜସେବୀ ରଞ୍ଜନ କୁମାର ମହାପାତ୍ର । । ଆଜି ନିଜର ୨୯ତମ ଜନ୍ମଦିନ ଅବସରରେ ରଞ୍ଜନ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ରକ୍ତଦାନ କରି ନିଜର ଜନ୍ମଦିନଟିକୁ ସ୍ମରଣୀୟ କରିଛନ୍ତି ।
ନିୟମିତ ରକ୍ତ ଆବଶ୍ୟକ କରୁଥିବା ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାସେମିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ ରଖୁବା ପାଇଁ ଦୈନିକ ରକ୍ତର ଆବଶ୍ୟକତା ହୋଇଥାଏ । ହେଲେ ଏ ରକ୍ତ ଆସିବ କେଉଁଠୁ ? ରକ୍ତ ତ ବିଜ୍ଞାନଗାରରେ ତିଆରି ହୋଇପାରିବନି । କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ । ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ବଦାନ୍ୟ ବକ୍ତି ନିଜର ଜନ୍ମଦିନରେ ରକ୍ତଦାନ କରିପାରିଲେ, ଅନେକ ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ରଞ୍ଜନ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ଭୁବନେଶ୍ବରସ୍ଥିତ ରସୁଲଗଡ଼ ରାମକୃଷ୍ଣ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଅନ୍ନ, ଡାଲମା, ଖଟା ଓ କ୍ଷିରୀ ଭେ ଆପ୍ୟାୟିତ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରି ନିଜ ଜନ୍ମଦିନର ଖୁସିକୁ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଏସିପି ଲଳିତେନ୍ଦୁ ମହାନ୍ତି, ମିଶନ ରକ୍ତ ବନ୍ଧନର ମୁଖ୍ୟ ହରପ୍ରସାଦ ମହାପାତ୍ର, ନାରାୟଣ ବେହେରା, ସୁଶ୍ରୀ ବିଭାରାଣୀ ପାତ୍ର, କାଞ୍ଚନ ପାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ବିଶ୍ବଜିତ ସାମନ୍ତରାୟ, ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରଞ୍ଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।
Post a Comment