loading...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ହିଂସାରେ ସରିଲା : ନିରଞ୍ଜନ

ଆଜି ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । କିନ୍ତୁ ଗଣମାଧ୍ୟମ ଏବଂ ନିର୍ବାଚନ ହେଉଥିବା ଜିଲ୍ଲା ମାନଙ୍କରୁ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ହିଂସାରେ ସରିଲା : ନିରଞ୍ଜନ

ଭୁବନେଶ୍ୱର,ଆଜି ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । କିନ୍ତୁ ଗଣମାଧ୍ୟମ ଏବଂ ନିର୍ବାଚନ ହେଉଥିବା ଜିଲ୍ଲା ମାନଙ୍କରୁ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ ଏବଂ ନିର୍ମମ ଭାବରେ ମାଡ଼ପିଟ ହୋଇଥିବା ନଜରକୁ ଆସିଛି । ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ନ୍ୟୁଜ-୧୮ର ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ବାଇଁଙ୍କୁ ଏବଂ ନ୍ୟୁଜ-୭ର ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ଯାହାକୁ ଦୃଢ଼ ନିନ୍ଦା କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାର ପୁର୍ବରୁ ଯେଉଁ ବାହାଶପଟ ମାରୁଥଲେ, ଯେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଏବଂ ସ୍ଵଚ୍ଛ, ନିର୍ମଳ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପନ୍ନ କରିବେ ବୋଲି ତାହା ଆଜି ମିଛ ପ୍ରମାଣିତ ହୋଇଛି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । 

ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି । ସେ କହିଛନ୍ତି, ଏପରିକି ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥଙ୍କ ଜିତାପଟ ପାଇଁ ପୁଲିଙ୍ଗ ବୁଥଙ୍କୁ ସାଧାରଣ ଭୋଟରଙ୍କୁ ଧମକ ଏବଂ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ପାଇଁ ଗାଁ ଗାଁ ବୁଲି ବାରଣ କରାଯାଇଛି । ରାଜ୍ୟ ସରକାରଙ୍କର ଏପରି ଆଚରଣ ଓ ଉଚ୍ଚାରଣରେ ବ୍ୟଥିତ ହୋଇ ଦୁଃଖପ୍ରକାଶ କରିବା ସହ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା କେଉଁ ଆଡ଼କୁ ଗତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଯେଉଁଭଳି ଢ଼ଙ୍ଗରେ ତୃଣମୁଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଖୋଦ ଶାସକ ଦଳର ପାର୍ଥମାନଙ୍କ ଦ୍ଵାରା ଏବଂ ଶାସକ ବିଜେଡ଼ି ଦଳ ଉଦ୍ୟମ କରୁଛନ୍ତି । 

ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ା ହୋଇଥିବା ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନରେ ଲୋକମାନଙ୍କୁ ଆକ୍ରମଣ କରିବା, ସାମ୍ବାଦିକଙ୍କୁ ଲହୁଲୁହାଣ କରିବା, ଭୋଟରଙ୍କୁ ଧମକେଇବା ଆଦି କେଉଁ ଅହିଂସା ନୀତିରେ ଅନୁପ୍ରାଣିତ ? ସେହିଭଳି ରାଜ୍ୟ ପୋଲିସ ପ୍ରଶାସନ ସରକାରୀ ଦଳର କର୍ମୀ ହିସାବରେ ବିଭିନ୍ନ ଅଞ୍ଚଳରେ ପୋଲିସ ଗାଡ଼ିରେ ଟଙ୍କା ବ୍ୟାଟିବା ମୋତେ ହଟଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହିଭଳି ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସରକାର ଦୃଷ୍ଟାନ୍ତ ମୁଳକ ଦଣ୍ଡି ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପରବର୍ତ୍ତୀ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକ କିପରି ସ୍ୱଚ୍ଛ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହବ ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget