ଭୁବନେଶ୍ୱର, କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ ମେଡ଼ିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାସ୍ଟ୍ରୋଏରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର । ଆୟର୍ଲାଣ୍ଡର ଡ଼ୁଣ୍ଡାଲକ ସ୍ଥିତ ଲୁଗ ମେଡିକାଲ ସେଣ୍ଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବିବ୍ରିଜ୍ ବିଶ୍ଵବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ ମେଡ଼ିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି ।
“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ତି ସମ୍ପର୍କରେ ଆଲୋଚନା କରିଛୁ । ସୋଆରେ ରିଜେନେରେଟିଭ ମେଡ଼ିସିର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର । ସେ ପଲମୋନାରୀ ମେଡିସିନ୍ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି । ରିଜେନେରେଟିଭ ମେଡ଼ିସିନ୍ ହେଉଛି ମେଡିସିନ୍ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍, ଟିପ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ । ଏଥି ସହିତ ଥେରାପୁଂଟିକ୍ ଷ୍ଟେମ୍ ସେଲ୍ । ବ୍ୟବହାର, ଟିପ୍ଲୀ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ । ପ୍ରଫେସର ମହାପାତ୍ର ଆୟର୍ଲାଣ୍ଡରେ ଏକ ରିଜେନେରେଟିଭ ମେଡ଼ିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି ।
ସେ କହିଛନ୍ତି ଯେ ଷ୍ଟମ୍ ସେଲ ଗୁଡ଼ିକ କେବଳ କ୍ୟାନୁର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, । ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି । ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ଥଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ ।
Post a Comment