ଭୁବନେଶ୍ବର,ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ ପରିସରରେ ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ସ୍ଵର, ଭାରତୀୟ ସ୍ତ୍ରୀ ଶକ୍ତି ଓଡ଼ିଶା ଶାଖା, ମାଧ୍ୟମ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ମହିଳାମାନଙ୍କ ବିବାହ ବୟସକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ମହିଳା ମାନଙ୍କର ବିବାହର ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଏହିସବୁ ସଂଗଠନମାନଙ୍କ ତରଫରୁ ମତପ୍ରକାଶ ପାଇଥିଲା । ଏହି ଆଲୋଚନାଚକ୍ରରେ ଭାରତର ୧୭ଟି ରାଜ୍ୟରୁ ମହିଳା ସଶକ୍ତିକରଣର ପ୍ରତିନିଧୁମାନେ ଯୋଗ ଦେବା ସହିତ କଲେଜର ଅଧ୍ୟାପକ, ଅଧାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ଏଥିରେ ସ୍ଵରର ମ୍ୟାନେଜଂ ଟ୍ରଷ୍ଟି ଚନ୍ଦନା ଦାସ ସଭାପତିତ୍ୱ କରି ତାଙ୍କ ଭାଷଣରେ କହିଲେ ଯେ, ମହିଳାଙ୍କ ବିବାହ ବୟସ ସରକାର ୨୧ ବର୍ଷକୁ ବୃଦ୍ଧି କରି ଏକ ଉନ୍ନତ ସମାଜ ଗଠନ ଦିଗରେ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ତାଙ୍କ ବକ୍ତବ୍ୟ ରଖୁ କହିଥିଲେ ଯେ, ସରକାର ମହିଳାଙ୍କ ବୟସକୁ ବୃଦ୍ଧି କରି ସମାଜରେ କେତେ ଯେ ହିତ ସାଧନ କଲେ ତାହାକୁ ବଖାଣିବା ଏତେଟା ସହଜ ନୁହେଁ । ମହିଳାଙ୍କ ସବୁ ପ୍ରକାର ଉନ୍ନତି ଏହା ମାଧ୍ୟମରେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରୀୟ ଭାରତୀୟ ସ୍ତ୍ରୀ ଶକ୍ତିର ସମ୍ପାଦିକା ବର୍ଷା ପାୱାର ତାଡ଼େ ତାଙ୍କ ଭାଷଣରେ ମହିଳାଙ୍କ ବିବାହ ବୟସ ସହିତ ସ୍ୱାସ୍ଥ୍ୟ ଓ ପରିବେଶର କଥା ମନେ ପକାଇ ୨୧ ବର୍ଷ ଅଧୁନା ସମୟରେ ମହିଳାଙ୍କର ଜାତୀୟ ଉନ୍ନତି ସହିତ ସାମାଜିକ ବିକାଶରେ ବହୁତ ବଡ଼ ପଦକ୍ଷେପ ବୋଲି କହିଥିଲେ।
ଓଡ଼ିଶାର ସୁନାମଧନ୍ୟ ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ସରୋଜିନୀ ଷଡ଼ଙ୍ଗୀ ଆଭାସୀ ମାଧ୍ୟମରେ ମହିଳାଙ୍କର ବିବାହ ବୟସ ୨୧କୁ ସମର୍ଥନ କରିବା ଏହା ମାଧ୍ୟମରେ ମହିଳାଙ୍କର ମାନସିକ, ଶାରୀରିକ ଓ ସାମାଜିକ ଦାୟିତ୍ବବୋଧ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥିଲେ । ଚିକିତ୍ସା ଶାପର ଉଦାହରଣ ଦେଇ ୨୧ ବର୍ଷ ଅଧୁନା ସମୟ ନିହାତି ଦରକାର ଥିଲା ବୋଲି କହିଥିଲେ । । ସାମାଜିକ କର୍ମୀ ନମ୍ରତା ଚଢ଼ା ପଶ୍ଚିମବଙ୍ଗରୁ ଆଭାସୀ ମାଧ୍ୟମରେ ମହିଳାଙ୍କ ବିବାହ ବୟସ ସହିତ ମାନସିକ ସ୍ଥିରତା ଉପରେ ଓ ସାମାଜିକ ପ୍ରଭାବକୁ ବଖାଣି ସରକାର ନେଇଥିବା ନିଷ୍ପତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ । ଏହାପରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ତାଙ୍କ ବକ୍ତବ୍ୟରେ ଯେଉଁବର୍ଗର ମହିଳାମାନେ ୧୮ ବର୍ଷରୁ କମ ବୟସରେ ବିବାହ କରିଥିଲେ, ସେହି ମହିଳାମାନେ ୨୧ ବର୍ଷରୁ କମ ବୟସରେ ବିବାହ କରିବେ ।
କିନ୍ତୁ ଏହାକୁ କିପରି ଆମେ ସାମାଜିକ ଇଞ୍ଜିନିୟରିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା, ତାହାରି ଉପରେ ଗୁରୁତ୍ବାରୋପ କରିଥିଲେ । । ଆଲୋଚନାଚକ୍ରକୁ ଡ. ସ୍ଵାତୀ ପଟ୍ଟନାୟକ, ଡ. ଗାର୍ଗୀ ବାନାର୍ଜୀ, କ୍ରିଷ୍ଣା ଅଗ୍ରୱାଲ, ସବିତା ରାୟ, ମନ୍ଦିରା ଦାସଗୁପ୍ତା ଓ କଲେଜର ଅଧ୍ୟାପିକାମାନେ ପରିରଳନାରେ ସହଯୋଗ କରିଥିଲେ । ଏଥିରେ ୨୦୦ରୁ ଉଦ୍ଧ ସାମାଜିକ କର୍ମୀ, ଅଧାପିକା ଓ ଛାତ୍ରଛାତ୍ରୀମାନେ ଅନେକ ପ୍ରଶ୍ନ ପଶ୍ଚରି ନିଜ ଭିତରେ ଥିବା ସନ୍ଦେହକୁ ଦୂର କରିଥିଲେ । କଲେଜର ଉପାଧ୍ୟକ୍ଷ ଡଃ ହଟକେଶ୍ଵର ସେନାପତି ସଭାକୁ ସମ୍ବୋଧନ କରି ସରକାରଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି କହିବା ସହ ମହିଳାଙ୍କ ବିବାହ ବୟସ ୨୧ ବର୍ଷ ବହୁ ପୂର୍ବରୁ ହେବା ଦରକାର ଥିଲା ବୋଲି କହିଥିଲେ । ଶେଷରେ ଖୁସବୁ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment