ଭୁବନେଶ୍ୱର,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ବର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ବର ରାଜଭବନ ଛକ ଠାରେ ଥୁବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥୁଲା ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଯଜ୍ଞଶ୍ବର ବାବୁ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଲୋକନାଥ ମହାରଥ, ହଳଧର ସେଠୀ, ପ୍ରକାଶ ମିଶ୍ର, ଜୟକୃଷ୍ଣ ମଲ୍ଲିଆ, ପ୍ରକାଶ ଜେନା, ଜ୍ୟୋତିଷ ସାହୁ, ତ୍ରିନାଥ ସାହୁ, ମନୋରଞ୍ଜନ ରାଉତରାୟ, ମିହିର ଆଚାର୍ଯ୍ୟ, ସଂଜୟ ମିଶ୍ର, ସଂଜୀବ ମହାନ୍ତି, ଖଗେଶ୍ଵର ମଲ୍ଲିକ, ସୁଭାଷ । ପ୍ରଧାନ, କୁଳମଣି ସାହୁ, ରାଜକିଶୋର ବାରିକ, ଉମେଶ ସାହୁ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
Post a Comment