ଭୁବନେଶ୍ବର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ଵରେ ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷାର ତୁଟି ସଂଶୋଧନ ଓ ଗୁପ-ଡି କ୍ୟାଟେଗୋରିର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନକରିବା ଦାବିରେ ସାରା ଓଡ଼ିଶାର ବିଭିନ୍ନ ରେଳଷ୍ଟେସନରେ ଓ ଭୁବନେଶ୍ୱର ରେଳଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଛାତ୍ର କଂଗ୍ରେସ ନେତୃବୃନ୍ଦ ଆଜି ଏକ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ରେଳଷ୍ଟେସନ ଆଗରେ ବିକ୍ଷୋଭ କରିଥିଲେ । । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ ସାଧାରଣ ନିର୍ବାଚନ-୨୦୧୯ ପୂର୍ବରୁ ନିଯୁକ୍ତିର ସ୍ଵପ୍ନ ଦେଖାଇ ବେକାର ଯୁବକ ଯୁବତୀ ମାନଙ୍କ ଭୋଟ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଟ୍ରାଟେଜୀ ।
ସାଧାରଣ ନିର୍ବାଚନ - ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ ୪ ଲକ୍ଷ ପଦବୀ ପୂରଣ କରିବେ ବୋଲି ଘୋଷଣା କଲେ । ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ନିଜେ ଘୋଷଣା କରିଥିଲେ ଯେ ସେ କ୍ଷମତାକୁ ଆସିଲେ ବର୍ଷକୁ ୨କୋଟି ନିଯୁକ୍ତି ଦେବେ । ମାତ୍ର । ନିର୍ବାଚନ ପରେ ଅଦ୍ୟାବିଧୁ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିପାରି ନାହାନ୍ତି । ଏ ଦେଶରେ ବେକାର ଯୁବକ ଯୁବତୀଙ୍କୁ ସେ ପ୍ରତାରିତ କରିଛନ୍ତି । ତାଙ୍କର “ପକୋଡ଼ା ନିଯୁକ୍ତି” ପ୍ରସଙ୍ଗ ଏ ଦେଶର ବେକାର ଯୁବକ ଯୁବତୀଙ୍କୁ କ୍ଷୁବ୍ଧ କରିଛି ।
ଏଠାରେ ପ୍ରକାଶ ଥାଉକି ୨୦୧୯ ମସିହା ଜାନୁଆରୀ ମାସରେ ରେଳବାଇ ନିଯୁକ୍ତି ବୋର୍ଡ (Railway Recruitment Board RRB) ନନଟେକିନିକାଲ ପପୁଲାର କ୍ୟାଟେଗୋରୀ (ଏନ.ଟି.ପି.ସି) ରେ ଅନ୍ତର୍ଭୁକ୍ତ ଖାଲିଥିବା ୩୫, ୨୮୧ ପଦବୀ ପାଇଁ ବିଜ୍ଞାପନ କଲେ । ଜୁନିଅର କୁର୍କ, ଟ୍ରେନ ଆସିଷ୍ଟାଟ, ଗାର୍ଡ଼, ଟାଇମ କିପର ଠାରୁ ଆରମ୍ଭ କରି ଷ୍ଟେସନ ମାଷ୍ଟର ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଲା । ଘୋଷିତ ୩୫, ୨୮୧ ପଦବୀ ମଧ୍ୟରୁ ୧୦,୬୨୮ ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଓ ଯୁକ୍ତ୨ ରହିଥିବା ବେଳେ ୨୪,୬୪୯ ପଦଲାଗି ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଡିଗ୍ରୀ ରହିଥିଲା । ୨୦୨୦ ଡିସେମ୍ବର ୨୦୨୧ ଜୁଲାଇ ମଧ୍ୟରେ ୭ଟି ପର୍ଯ୍ୟାୟରେ ୧୩ଟି କ୍ୟାଟେଗୋରି ପାଇଁ ପରୀକ୍ଷା କରାଗଲା । ଏହି ପରୀକ୍ଷାରେ ପ୍ରାୟ ୧ କୋଟି ୨୫ ଲକ୍ଷ ପରୀକ୍ଷାର୍ଥୀ ସି.ବି.ଟି -୧ (Computer Based Test) ।
ଦେଇଥିଲେ ।
ପରୀକ୍ଷାଫଳ ୨୦୨୨ ଜାନୁଆରୀ ୧୪-୧୫ ରେ ପ୍ରକାଶିତ ହେବାପରେ ଏଥୁରେ ବ୍ୟାପକ ତ୍ରୁଟି ଦେଖୁ ବିହାର, ଉତର ପ୍ରଦେଶ ପ୍ରଭୃତି ଅନ୍ୟାନ୍ୟ ରାଜ୍ୟରେ ପରୀକ୍ଷାଥି ମାନେ ବ୍ୟାପକ ଆନ୍ଦୋଳନ କରିଥିଲେ । । ଏଠାରେ ପ୍ରଶ୍ନଉଠେ ୩୫, ୨୮୧ ପଦବୀର ୨୦ ଗୁଣ ଯଥା ୭ ଲକ୍ଷ ପରୀକ୍ଷାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସଫେଇ ଦିଆଯାଇଛି । ମାତ୍ର ବାସ୍ତବରେ ୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । କାରଣ ଜଣେ ବ୍ୟକ୍ତି ୪ରୁ ୫ଟି ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ରେଳବାଇ ବିଭାଗ ଯେଉଁ ୭ଲକ୍ଷ କଥା କହୁଛନ୍ତି ତାହା କେବେଳ ୭ ଲକ୍ଷ ରୋଲ ନମ୍ବର କିନ୍ତୁ ୭ ଲକ୍ଷ ପରୀକ୍ଷାର୍ଥ ନୁହନ୍ତି । ରେଳବାଇ ବିଭାଗର ତ୍ରୁଟି ପାଇଁ ଜଣେ ବ୍ୟକ୍ତି ୩-୪ ଟି ବିଭାଗରେ ଉର୍ତ୍ତୀ ହୋଇଛନ୍ତି । ଅନ୍ୟପକ୍ଷରେ ୨୦୧୯ ମସିହାରେ ରେଳବାଇ ନିଯୁକ୍ତି ବୋର୍ଡ ଗ୍ରପ-ଡିର ୧୦୩୭୬୯ ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କଲେ ।
ତିନିବର୍ଷ ଭିତରେ ତାର ପରୀକ୍ଷା କରାଇଲେ ନାହିଁ । ଏବେ ୨୦୨୨ ମସିହା ଫେବୃଆରୀ ୨୩ ତାରିଖରେ ପରୀକ୍ଷା କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଗଲା । ଏଥିରେ ପ୍ରାଥମିକ ଓ ମୁଖ୍ୟ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବବୋଲି କୁହାଗଲା । ପୂର୍ବରୁ କେବଳ ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ଏବେ ପୂର୍ବ ନିଷ୍ପତିକୁ ବଦଳାଇ ଗ୍ରପ-ଡିରେ ଦୁଇଟି ପରୀକ୍ଷା କରାଯିବା ପାଇଁ ଘୋଷଣା କରାଯିବାରୁ ପରୀକ୍ଷାର୍ଥୀମାନେ କ୍ଷୁବ୍ଧ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଗ୍ରପ-ଡିରେ ମଧ୍ୟ ୧ କୋଟିରୁ ଉର୍ଦ୍ଧ ପରୀକ୍ଷାର୍ଥ ଆବେଦନ କରିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସର ଦାବି ଆର.ଆର.ବି., ଏନଟିପିସି ପରୀକ୍ଷାର ତୃଟି ସଂଶୋଧନ କରି ଖାଲିଥିବା ପଦବୀର ୨୦ ଗୁଣ ପରୀକ୍ଷାର୍ଥଙ୍କୁ ସିବିଟି -୨ ପାଇଁ ସୁଯୋଗ ଦିଆଯାଉ । ଜଣେ ପରୀକ୍ଷାର୍ଥଙ୍କୁ କେବଳ ଗୋଟିଏ ବିଭାଗ ପାଇଁ ସୁଯୋଗ ଦିଆଯାଉ । ୭ଲକ୍ଷ ରୋଲ ନଂ ନୁହେଁ ଠିକ ୭ଲକ୍ଷ ପରୀକ୍ଷାର୍ଥୀଙ୍କୁ ସିବିଟି-୨ ପାଇଁ ଯୋଗ୍ୟ କରାଯାଉ ।
ଗ୍ରପ-ଡି ର ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟ ନ କରାଯାଇ ଗୋଟିଏ ପର୍ଯ୍ୟାୟରେ କରାଯାଉ । ବିହାର ଓ ଉତର ପ୍ରଦେଶ ପ୍ରଭୃତି ରାଜ୍ୟରେ ଯେଉଁଠି ପରୀକ୍ଷାର୍ଥୀ ମାନେ ରେଳବାଇର ଅନ୍ୟାୟ ବିରୁଧରେ ପ୍ରତିବାଦ କରିଛନ୍ତି ସେମାନଙ୍କୁ ପୋଲିସ । ରେଳବାଇ କତୃପକ୍ଷ ନିର୍ମମ ଭାବରେ ଆକ୍ରମଣ କରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରତିଶୋଧ ପରାୟଣ ହୋଇ ରେଳବାଇ କତୃପକ୍ଷ ଆନ୍ଦୋଳନ କରିଥିବା ପରୀକ୍ଷାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି ସେଥିରୁ ସେମାନେ ବିରତ ରୁହନ୍ତୁ ।
ଭୁବନେଶ୍ଵର ରେଳବାଇ ଷ୍ଟେସନ ଆଗରେ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ବିଶ୍ବଭୂଷଣ ମହାପାତ୍ର, ବାବୁ ଜେନା, ରଞ୍ଜିତ ସେନାପତି, ସାହାରୁଖ ଖାନ, ଅଖିଳେଷ ଯାଦବ, ବିଭୁତି ଭୂଷଣ ମହାପାତ୍ର, ମହମ୍ମଦ ସମିତ୍ତଲ, ମୁନା ପରିଡ଼ା, ନିଆଳୁଲ ଇସ୍ଲାମ, ଉଦ୍ଦିତ ପ୍ରଧାନ, ରାଜଲକ୍ଷ୍ମୀ ସାହୁ, ମିର ରିଆଜ, ସନ୍ତୋଷ ଭୋଳ, ଆର୍ଯ୍ୟନ ଶାସମଲ, ସାମସଂ ଦାସ, ବିଶ୍ୱଜିତ ସ୍ବାଇଁ, ରାଜଦ୍ବୀପ ବେହେରା, ସୟଦ ସୋଏବ ଅଲ୍ଲୀ, ନଇମ ମହମ୍ମଦ, ସେକ ଜାହିର, ଜାହିର ଖାନ, ଚନ୍ଦନ ନାୟକ, ଚିତରଞ୍ଜନ ନାୟକ, ଏସ୍କେ ରାଜ, ଅମିତ ନାୟକ, ସଫଳ ସମନ୍ବୟ, ଶ୍ରୀନନ୍ଦ ଅଭିଶେକ, ଆର୍ଯ୍ୟନ ଦାସ ଓ ଲବିତ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment