ଭୁବନେଶ୍ୱର,ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା, ଇଚ୍ଛାଶକ୍ତିର ଅଭାବ, ସର୍ବୋପରି ଓବିସିମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟର ବୃହତ୍ତର ବର୍ଗ (ଓବିସି) ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର ହରାଇଛନ୍ତି ବୋଲି କଂଗ୍ରେସ ସିଧା ସଳଖ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଉଚ୍ଚ ନ୍ୟାୟାଳୟ ସଂରକ୍ଷଣ ୫୦%ରୁ ଅଧିକ ହୋଇପାରିବ ନାହିଁ ବୋଲି କହିବା ପରେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଛଡ଼ାଇବା ଆଳରେ ୨୦୧୭ ମସିହାରୁ ଉଚ୍ଚ ନ୍ୟାୟାଳୟଙ୍କ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଏକ SLP କରି ଚୁପ୍ ବସିପଡ଼ିଛନ୍ତି । ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କର ଓବିସିମାନଙ୍କ ପ୍ରତି କେତେ ଦରଦ ।
ଅନୁରୂପ ଭାବେ କେନ୍ଦ୍ରରେ କଂଗ୍ରେସ (UPA) ସରକାର ସମୟରେ ହୋଇଥିବା Socio Economic Backward Class Census କୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି କି ନିଜେ Socio Economic Backward Class ର Census କରାଉନାହାନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ବୃହତ୍ତର ବର୍ଗ (ଓବିସି)ଙ୍କ ସହିତ ଚଞ୍ଚକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।
ତାମିଲନାଡୁରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇ ବିଧେୟକ ପାରିତ କରି ଦଳମତ ନିର୍ବିଶେଷରେ ରାଷ୍ଟ୍ରପତିଙ୍କୁ ଭେଟି ଏବେ ତାମିଲନାଡୁ ସମସ୍ତ କ୍ଷେତ୍ରରେ ୬୯% ସଂରକ୍ଷଣ ପାଉଛନ୍ତି ତାହା ୨୨ ବର୍ଷ ଶାସନ ମଧ୍ୟରେ ନ କରିବା ଓବିସିମାନଙ୍କ ପାଇଁ ସରକାରଙ୍କ କେତେ ଦରଦ ତାହା ଜଳଜଳ ହୋଇ ଜଣାପଡୁଛି ବୋଲି ଶ୍ରୀ ମିଶ୍ର କହିବା ସହିତ ରାଜ୍ୟର ବୃହତ ବର୍ଗ (ଓବିସି) ଅଧୁକାର ସୁରକ୍ଷା ପାଇଁ କଂଗ୍ରେସ ଆଇନଗତ ଲଢ଼େଇ ଜାରି ରଖୁଛି ଏବଂ ଓବିସି ବର୍ଗ ତାଙ୍କ ଅଧିକାର ପାଇବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖୁବ ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
Post a Comment