loading...

ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ରୋକିବାପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାରକୁ ରୋକିବାପାଇଁ ସୀମାନ୍ତରେ ନଜର ରଖୁବାକୁ ରାଜ୍ୟ ଅବକାରୀ କମିଶନର

ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ରୋକିବାପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାରକୁ ରୋକିବାପାଇଁ ସୀମାନ୍ତରେ ନଜର ରଖୁବାକୁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ବେଆଇନ୍ ମଦପ୍ରସ୍ତୁତକାରୀ, ବ୍ୟବସାୟୀ ଓ ବିକ୍ରୟସ୍ଥଳ ଉପରେ ନିୟମିତ ଚଢଉ ସହିତ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନକୁ ଦୃଷ୍ଟିରେ ରଖ୍ ଅବକାରୀ କମିଶନର ଶ୍ରୀ ସିଂହ ଆଜି ସମୀକ୍ଷା କରିଥିଲେ । ଭଆଲ ମୋରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଅବକାରୀ ବିଭାଗର ଉପ କମିଶନର, ଅବାକରୀ ଅଧୀକ୍ଷକ, ଏଫୋର୍ସମେଣ୍ଟ ସେର ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନ ଯେଭଳି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଅବକାରୀ କମିଶନର ବୈଆଇନ୍ ନିଶା କାରବର ରୋକିବାପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖୁବାପାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ ଚଳିତ ଆର୍ଥିକ ବର୍ଷରେ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକଳାପର ସମୀକ୍ଷା ହୋଇଥିଲା । ଏଥିରୁ ଜଣାପଡିଛି ଯେ । ୨୦ ୨୧-୨୨ ବର୍ଷରେ ଜାନୁୟାରୀ ମାସ ଶେଷ ସୁଦ୍ଧା ୩୧, ୧୩୩ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୨୫, ୬୪୧ ଜଣ ଗିରଫ ହୋଇଛନ୍ତି । ଏହି ସମୟରେ ୮.୪୭, ୯୯୩ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୮୯, ୨୧, ୫୩୧ କିଲୋ ମହୁଆ ମଦ ପ୍ରସ୍ତୁତି ସାମଗ୍ରୀ, ୭୪୮ ୩ ଲିଟର ନକଲି ବିଦେଶୀ ମଦ, ୨୧୪୬ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୩୭୦୧ ଲିଟର ସ୍ପିରିଟ୍, ୨୫,୭୫୭ କିଲୋ ଗଞ୍ଜଇ, ୧୦,୩୯୪ ଗ୍ରାମ ବ୍ରାଉନସୁଗାର, ୫୯୧ ଲିଟର କଫସିରପ ଓ ୧ ୬ ୭୫ଟି ଯାନବାହାନ ଜବତ ହୋଇଛି । ଏହି ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୧୧୦ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି । 

ଜାନୁୟାରୀ ମାସର ଧରପଗଡ ସଂକ୍ରାନ୍ତରେ ବୈଠକରେ ଅବକାରୀ କମିଶନଙ୍କୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି ଯେ କେବଳ ଜାନୁୟାରୀ ମାସରେ ୪୦ ୨ ୬ଟି ମାମଲା ରୁଜୁ ସହିତ ୩ ୨୯୯ଜଣ ଗିରଫ ହୋଇଛନ୍ତି । ଏହି ଗୋଟିଏ ମାସରେ ୯୮୯ କିଲୋ ଭାଙ୍ଗ, ୧୯୮୦ ଲିଟର ନକଲି ବିଦେଶୀ ମଦ, ୫୩୫୨ କିଲୋ ଗଞ୍ଜେଇ ଓ ୪୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥି ସହିତ ୧ ୮୦ଟି ଚାରି ଚକିଆ ଓ ଦୁଇ ଚକିଆ ଯାନ ଜବତ ହୋଇଛି । ଅନ୍ୟାନ୍ୟ ନିଶା ସାମଗ୍ରୀ ସହିତ ସମସ୍ତ ଜବତ ବସ୍ତୁର ମୂଲ୍ୟ ୧୨ କୋଟି ୧ ୧ ଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଛି । କେବଳ ଗତ ୧୦ ଦିନ ମଧ୍ୟରେ ଅବକାରୀ ବିଭାଗ ବେଆଇନ୍ ନିଶା କାରବାରୀଙ୍କ ବିରୁଦ୍ଧରେ ଧରପଗଡ କରି ୧୪୭୨ ମାମଲା ରୁଜୁ ସହିତ ୧୧୯୩ ଜଣଙ୍କୁ ଗିରଫ କରିଥିବା ସମୀକ୍ଷା ବୈଠକରୁ ଜଣାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget