ଭୁବନେଶ୍ୱର,ଗତ କିଛିଦିନ ଧରି ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ଅର୍ଥମନ୍ତ୍ରୀ ଗଣତନ୍ତ୍ରର ମନ୍ଦିର ଭିତରେ ପୁଳା ପୁଳା ମିଛ କହିବା ସହିତ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜବାହରଲାଲ ନେହେରୁ ବହୁ ସମୟରେ ସରକାରରେ ରହିଥୁବା କଂଗ୍ରେସ ବିରୋଧରେ କୁସ୍ଥିତ ଅତି ଘୃଣ୍ୟ ଓ ନିମ୍ନମାନର କଥା କହିଚାଲିଛନ୍ତି । ମୋଦି ଏବଂ ଶ୍ରୀମତୀ ନିର୍ମଳା ଶୀତାରମଣ କହିଛନ୍ତି କଂଗ୍ରେସର ସମୟ ଥିଲା ଅନ୍ଧାକାରର ଯୁଗ ଏବଂ ୨୦୧୪ ମସିହା ପାଖର ଭାରତବର୍ଷର ଅମୃତକାଳ ଆରମ୍ଭ ହୋଇଛି । ଆଜି ପ୍ରଦେଶ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଏହି ମିଛ ନାଟକର ଜବାବ ରଖୁବା ସହିତ ସମସ୍ତ ତଥ୍ୟ ଗଣମାଧ୍ୟମ ସାମନାରେ ଉପସ୍ଥାପନ କରିଥିଲେ । ୧୯୪୭ ମସିହାରେ ଶିକ୍ଷାକ୍ଷେତ୍ରରେ ଭାରତବର୍ଷ ବହୁ ପଛରେ ଥିଲା । ସେ ସମୟରେ ମାତ୍ର ୨୦ଟି ବିଶ୍ୱବିଦ୍ୟାଳୟ ଥୁଲା ଏବଂ ୪୯୬ ଟି କଲେଜ ଥିଲା ଏବଂ ପାଖାପାଖୁ ସାରା ଭାରତବର୍ଷରେ ୨ ଲକ୍ଷ ୪୧ ହଜାର ୩୬୯ ଜଣ ଛାତ୍ରଛାତ୍ରୀ ଏ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ ।
କିନ୍ତୁ ୨୦୧୪ ମସିହା ବେଳକୁ ଭାରତ ବର୍ଷ ୬୬୭ଟି ୟୁନଭରସିଟି ହୋଇସାରିଛି ତନ୍ମଧ୍ୟରୁ ୪୫ଟି ସଂଟ୍ରାଲ ୟୁନଭରସିଟି ଏବଂ ୩୧୮ ଟି ରାଜ୍ୟ ବିଶ୍ଵବିଦ୍ୟାଳୟ ହୋଇଛି । ୩୭ ହଜାର ୮ଶହରୁ ଅଧୁକ କଲେଜ ହୋଇପାରିଛି । ୧୯୫୦ ମସିହାରେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦିଗଦର୍ଶନରେ ପ୍ରଥମ ଆଇଆଇଟି ଖଡ଼ଗପୁରେ ସ୍ଥାପନ ହୋଇଥିଲା । ୧୯୫୮ ମସିହାରେ ମୁମ୍ବାଇରେ ୧୯୬୧ ରେ ଦିଲ୍ଲୀରେ ଆଇଆଇଟି ହୋଇସାରିଥିଲା । ୧୯୫୬ ମସିହା ବେଳକୁ ଏମ୍ଭ ହୋଇସାରିଥିଲା । ଭାରତବର୍ଷରେ ୧୩ଟି ଏମ୍ନ କଂଗ୍ରେସ ସରକାର ସମୟରେ ହୋଇଛି । ୧୯୫୬ ମସିହାବେଳକୁ ୟୁଜିସି ଗଠନ କରାସରିଛି ୧୯୬୨ ବେଳକୁ ସିବିଏସି ଗଠନକରା ସରିଛି । ୧୯୫୦ ମସିହାରେ ୭୨୫ ପ୍ରାଇମେରୀ ହେଲଥ ସଂଟର ଥିଲା । ୧୯୬୯ ମସିହା ବେଳକୁ ଇସ୍ରୋର ସ୍ଥାପନ କରାଯାଇଥିଲା। ଯଦ୍ୱାରାକି ମହାକଶାର ଗବେଷଣା କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର କୃତିତ୍ଵ ପ୍ରତିପାଦିତ କରିପାରିଥିଲା । ୧୯୫୮ ରେ ଡିଆରଡିଓ ସ୍ଥାପନ କରାଯାଇଥିଲା ଏହାଦ୍ବାର ଭାରତବର୍ଷ ବିଭିନ୍ନ ପ୍ରକାର କ୍ଷପଣାସ୍ତ୍ର ପ୍ରସ୍ତୁତ କରିବାରେ ସମର୍ଥ ହୋଇପାରିଥିଲା ।
୧୯୬୩ ମସିହା ବେଳକୁ ଧୁମ୍ ଥିରୁଅନନ୍ତପୁରମ କେରଳରେ ରକେଟ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିଥିଲା । ସେହିଭଳି ଭାବରେ ଆଇସିଏମଆର ଜାତୀୟ ଭେଷଜ ରିର୍ସଚ ସଂଟର, ଭାରତୀୟ କୃଷି ଗବେଷଣା କେନ୍ଦ୍ର ଏ ସମସ୍ତ ୬୦ ଦଶକରେ କରାଯାଇଥିଲା । ମହାମାରୀକୁ ପ୍ରତିହତ କରିବାପାଇଁ ଟୀକା ପ୍ରସ୍ତୁତ ପ୍ରୟୋଗଶାଳା ପ୍ରସ୍ତୁତ କରାଯାଇଥିଲା । ୧୯୫୫ ମସିହାରେ ଦେଶର ପ୍ରଥମ ଷ୍ଟିଲ ପ୍ଲାଟ କରାଯାଇଥିଲା ଭିଲାଇରେ । ୧୯୫୯ ରେ ରାଉରକେଲା, ୧୯୬୪ରେ ବୋକାର ଷ୍ଟିଲପ୍ଲାଟ, ୧୯୭୫ରେ ଏନଟିପିସି, ୧୯୬୫ରେ ବାଲକୋ ବଡବଡ଼ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ଆଜି ଛୁଟି କାରଖାନା ଠାରୁ ଆରମ୍ଭ କରି ମିବିମାନ ମଧ୍ୟ ଭାରତ ବର୍ଷରେ ପ୍ରସ୍ତୁତ ହେଉଛି । ଏହାକଣ ସ୍ୱଦେଶୀ ନୁହେଁକି । ୧୯୪୭ ମସିହା ବେଳକୁ ଭାରତବର୍ଷର ମାତ୍ର ୫୦ ମିଲିୟନ ଟନ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ସେତେବେଳ ୩୪ କୋଟି ଜନସଂଖ୍ୟାକୁ ଖାଦ୍ୟ ଶଷ୍ୟ ଯୋଗାଇ ହୋଇପାରୁନଥିଲା । ତେଣୁ ଭାରତବର୍ଷ ଅମେରିକାର ପିଏଲ୪୮ ଗହମ ମଗାଇ ଲୋକମାନଙ୍କୁ ଯୋଗାଇ ଦେଉଥିଲା । ଏକଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ମନେ ଅଛିକି । କିନ୍ତୁ କୃଷି କ୍ଷେତ୍ରରେ ସବୁଜ ବିଳ୍ପବ ମାଧ୍ୟମରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏକ ବୈପ୍ଳବିକ ପରିବର୍ତନ ଆଣିଛି ।
୨୦୧୪ ମସିହା ଶେଷ ସୁଦ୍ଧା ଭାରତବର୍ଷରେ ୩୧୨ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ୧୦୯ ମିଲିୟନ ଟନକୁ ଫହଚିଛି । ୧୯୫୩ ମସିହାରେ ଭାରତ ସରକାରଙ୍କ ପାଖରେ ୮ ମିଲିୟନ ଟନ ଖାଦ୍ୟଶସ୍ୟ କିଣିବାପାଇଁ ବୈଦେଶିକ ମୁଦ୍ରା ଥିଲା ଆଜି ୨୦୧୪ ଭିତରେ ଭାରତ ସରକାରଙ୍କର ବୈଦେଷିକ ମୁଦ୍ରାପାଣ୍ଡି ଆମେରୀକୟ ଡଲାର ହିସାବରେ ୪୬୧.୯ ବିଲିୟନ ଫହଚିଛି ଏହା କଣ ମୋଦି ସରକାରଙ୍କ ସମୟରେ ହୋଇଛିକି । ୧୯୭୪ ମସିହା ବେଳକୁ ଭାରତବର୍ଷ ଏକ ଆଣବିକ ଶକ୍ତି ସଂପର୍ଣ ରାଷ୍ଟ୍ର ହୋଇସାରିଛି । ଆମେ ବିଶ୍ଵର ୫ଟି ରାଷ୍ଟ୍ର ମଧ୍ୟରେ ଆଣବିକ କ୍ଷେତ୍ରରୁ ଶକ୍ତି ଉତ୍ପାଦନ କରିଥିଲୁ । ୧୯୪୭ ମସିହାରେ କୋଇଲାରୁ ୭୫୬ ମେଗାୱାଟ ଶକ୍ତି ଉତ୍ପାଦନ ହେଉଥିଲା ଏବଂ ଜଳ ୫୦୮ ମେଗାୱାଟ ଜଳ ଉତ୍ପାଦନ ହେଉଥିଲା କିନ୍ତୁ ୨୦୧୪ ମସିହା ବେଳକୁ ୨ ଲକ୍ଷ ୨୧ ହଜାର ୮୦୨.୫୯ ମେଗାୱାଟର ଶକ୍ତି କୋଇଲା କ୍ଷେତ୍ରରୁ ଉତ୍ପାଦନ ହେଉଛି ଏବଂ ସେହିଭଳି ଭାବରେ ୧ ଲକ୍ଷ ୯୧ ହଜାର ୩୯୧ ମେଗାୱାଟର ଜଳ ବିଦ୍ୟୁତ ଉତ୍ପାଦନ କରାଯାଉଛି । ଯେଉଁ ପରିବାଦ କଥା କୁହାଯାଉଛି ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ ଦୟକରି ମୋଦି କହିବେକି ଅନୁରାଗ ଠାକୁର, ପଙ୍କଜା ମୁଣ୍ଡ, ଜୟନ୍ତା ସିଂହ୍ମା, ରାଜବୀର ସିଂ, ଦୁଷ୍ୟନ୍ତ ସିଂ, ପଙ୍କଜ ସିଂ, ଅବିଷେକ ସିଂ, ପରଭେଶ ବର୍ମା, ଦେବେନ୍ଦ୍ର ଫଡନାଭିସ ଏ ସମସ୍ତେ ପରିବାରବାଦ ରାଜନୀତିରୁ ଆସିଛନ୍ତି କି ନାହିଁ ଏକଥାର ଉତର କିଏ ରଖୁବ ।
ଆଶାକରାଯାଉଥୁଲା ପ୍ରଧାନମନ୍ତ୍ରୀ ପାଲ୍ୟାଫେଣରେ ଦେଶର ଅର୍ଥନୀତି, ଆଇନକାନୁନ ପରିସ୍ଥିତ, କୃଷକମାନଙ୍କ ସମସ୍ୟା, ବେରୋଜଗାର ସମସ୍ୟା ଏବଂ ବୈଦେଶିକ ନୀତିକୁ ନେଇ ଏକ ଅଭିଭାଷଣ ରଖିବେ ବୋଲି କିନ୍ତୁ ଦୀର୍ଘ ୮ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି କେବଳ ଭାରତବର୍ଷରୁ ପୂର୍ବସୁରି ମାନଙ୍କୁ ତିରସ୍କାର କରିବା, ଗୁଣା, ରାଜନୀତିକୁ ପ୍ରୋତ୍ସାହନ ଦେବା ଜାତି ଜାତି ଭିତରେ ବିଭେଦ ସୃଷ୍ଟି କରିବା ଧର୍ମଭିତିକ ରାଜନୀତି କରିବା ଛଡ଼ା ଅନ୍ୟ କିଛି କରିନାହାନ୍ତି । ତେଣୁ ୨୦୧୪ ରୁ ଭାରତବର୍ଷର ଅନ୍ଧକାର ଯୁଗର ଆରମ୍ଭ ହୋଇଛି ବୋଲି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Post a Comment