loading...

ଆତ୍ମନିଯୁକ୍ତି ଦାବି କରି ପ୍ରାଣୀ ସମ୍ପଦ ବିକାଶ କାର୍ଯ୍ୟାଳୟ ଆଗରେ ଧାରଣା

ଓଡ଼ିଶାର ସମସ୍ତ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇବା ପାଇଁ ଓୟୁଏଟିସ୍ଥିତ ଓଡ଼ିଶା ପାଣି ସମ୍ପଦ ବିକାଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀଙ୍କ କାର୍ଯ୍ୟାଳୟ ଆଗ

ଆତ୍ମନିଯୁକ୍ତି ଦାବି କରି ପ୍ରାଣୀ ସମ୍ପଦ ବିକାଶ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର, ଓଡ଼ିଶାର ସମସ୍ତ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇବା ପାଇଁ ଓୟୁଏଟିସ୍ଥିତ ଓଡ଼ିଶା ପାଣି ସମ୍ପଦ ବିକାଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ । ଓଡ଼ିଶାରେ ଥିବା ୩୦୦ ଗୋ-ବିକାଶ କେନ୍ଦ୍ର ଅଧିକାରୀମାନେ ପୂର୍ବରୁ ଭାରତୀୟ ଆଷ୍ଟ୍ରୋ ଇଣ୍ଡଷ୍ଟ୍ରିଜ ଫାଉଣ୍ଡେସନ ଅଧୀନରେ କାର୍ଯ୍ୟ କରୁଥିଲେ । ଏହି ଫାଉଣ୍ଡେସନର କର୍ମଶ୍ବରୀଙ୍କ ପ୍ରତି ମନୋମୁଖୀ ବ୍ୟବହାର ଏବଂ କମ୍ ଦରମା ଯୋଗୁଁ ଗୋ-ବିକାଶ କେନ୍ଦ୍ରର ଅଧୁକାରୀମାନେ କମ୍ ଦରମାରେ ଆଉ ସେଠାରେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କୁ ଜଣାଇଥିଲେ । ସେହି ସମୟରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ବେସରକାରୀ ଭାବେ କୃତିମ ପ୍ରଜନନକାରୀ ଓ ଜାତୀୟ ପଶୁ ରୋଗ ପ୍ରତିଷେଧ ଟୀକା କାର୍ଯ୍ୟକ୍ରମରେ ଆତ୍ମ ନିଯୁକ୍ତି ପାଇଁ ଚିଠି ପ୍ରକାଶ କରିଥିଲେ । 

ଗୋବିକାଶ କେନ୍ଦ୍ରର ଅଧିକାରୀମାନେ ଓଡ଼ିଶା ପଶୁ ସମ୍ପଦ ବିକାଶ ସମିତିର ଅଧିକାରୀଙ୍କୁ ୨୨.୯, ୨୦ ୨୧ରେ ପତ୍ର ସଂଖ୍ୟା ୧ ୭୪୫/୧୬ ଆଧାରରେ ଆତ୍ମ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ ଏବଂ କପକ୍ଷ ମଧ୍ୟ । ଏମାନଙ୍କର ମତାମତ ନେଇ ଚୁପ୍ ବସି ଯାଇଥିଲେ । ପୁନର୍ବାର ଗୋବିକାଶ କେନ୍ଦ୍ର ଅଧିକାରୀମାନେ ଆମ୍ବନିଯୁକ୍ତି ପାଇଁ ୨୯.୧ ୧, ୨୦ ୫ ୧ ରେ ସରକାରଙ୍କୁ ଦ୍ୱିତୀୟଥର ପାଇଁ ଚିଠି ଦେଇଥିଲେ । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଏପରିକି କୋଭିକ୍ ସମୟରେ ଗୋବିକାଶ କେନ୍ଦ୍ର ଅଧୁକାରୀମାନଙ୍କୁ ଗ୍ରାମାଞ୍ଚଳରେ ସରକାର ଗୋ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ବ ଦେଇଥିଲେ ସେଥିଲାଗି କୌଣସି ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି । 

ଏଣୁ ଦୀର୍ଘ ୪ ମାସ ଘରେ ବେକାର ବସିବା ପରେ ମଧ୍ୟ ଏବଂ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ କି ଋଲିଥିବାରୁ ବକେୟା ପାଉଣା ଦେଇନଥୁବାରୁ ଗୋସମ୍ପଦ ବିକାଶ ସମିତି କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା ଦେବା ଦେଇଥିଲେ । ଯଦି ସରକାର ଆମର ଦାବି ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ବାଧ୍ୟ ହୋଇ ସବୁ ଅଧୁକାରୀମାନେ ଆତ୍ମହୁତି ଦେବୁ ବୋଲି ସଂଘର ସଭାପତି ସୌମେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget