loading...

କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା ଆରମ୍ଭ । ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଲା ରିଟର୍ଣ୍ଣି ଅଫିସର

କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା ଆରମ୍ଭ। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଲା ରିଟର୍ଣ୍ଣି ଅଫିସର

କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା ଆରମ୍ଭ । ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଲା ରିଟର୍ଣ୍ଣି ଅଫିସର

ଭୁବନେଶ୍ୱର,ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧୁକ ସଭ୍ୟସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଶ୍ରୀ ଯଜ୍ଞଶ୍ଵର ବାବୁ । । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ଶ୍ରୀ ମଧୁସୂଦନ ମିଶ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି । 

ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରଣ୍ଡି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବୁକ ପାଇଁ ବ୍ଲକ ରିଟର୍ଣ୍ଣେ ଅଫିସର ଓ ଜିଲ୍ଲାପାଇଁ ଜିଲା ରିଟର୍ଶ୍ୱ ଅଫିସର ନିଯୁକ୍ତ କରାଯିବ । କଂଗ୍ରେସ ତରଫରୁ ସଭ୍ୟସଂଗ୍ରହ କ୍ଷେତ୍ରରେ ଡିଜିଟାଲ ମାଧମକୁ ଉପଯୋଗ କରିବାର ଥିଲା । କିନ୍ତୁ ରାଜ୍ୟର ସମସ୍ତ ଅଂଚଳରେ ଇଂଟରନେଟ ସୁବିଧା ଉପଲବ୍ଧ ନାହିଁ । ତେଣୁ ଉଭୟ ଡିଜିଟାଲ ଓ ଅଫଲାଇନ ବ୍ୟବସ୍ଥା ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯିବ । ପୁନଶ୍ଚ ଶ୍ରୀ ବାବୁ ଚଳିତ ପଂଚାୟତ ନିର୍ବାଚନ ସଂପର୍କରେ କହିଲେ ଯେ ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ବିରୋଧରେ ବ୍ୟାପକ ଜନଅସନ୍ତୋଷ ଓ ଆକ୍ରୋଷ ସୃଷ୍ଟି ହୋଇଛି । 

ଲୋକେ ଉଭୟଙ୍କୁ ପ୍ରତ୍ୟାଖାନ କରି କଂଗ୍ରେସ ଦଳକୁ ସମର୍ଥନ କରିବେ ଓ ପଂଚାୟତ ନିର୍ବାଚନରେ ତା’ର ପ୍ରତିଫଳନ ଦେଖୁବାକୁ ମିଳିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପିସିସି ସାଧାରଣ ସଂପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ସରସ୍ୱତୀ ପୂଜା ଅବସରରେ ଦଳତରଫରୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget