ଭୁବନେଶ୍ବର, ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୮ ତମ ଶ୍ରାଦ୍ଧଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂର୍ବାହ୍ନ ୮ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ରାଜଭବନ ସମ୍ମୁଖରେ ଥିବା ଉତ୍କ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାପରେ ନିକଟବର୍ତ୍ତୀ ନୂଆଗାଁ ଠାରେ ସଭାପତି ଶ୍ରୀବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବା ସାଧାରଣ ସମ୍ପାଦକ ଡ଼ା ରାଧାନାଥ ପ୍ରହରାଜଙ୍କ ପରିରଳନାରେ ଏକ ସ୍ମତିସଭା ଅନୁଷ୍ଟିତ ହୋଇ ଏଥିରେ ମଧୁବାବୁଙ୍କ ଅଶେଷ ଗୁଣାବଳୀ ତଥା ତ୍ୟାଗପୂତ ଜୀବନାଦର୍ଶ ଉପରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଇ ଜଣେ ତୁଙ୍ଗ ରାଷ୍ଟ୍ରୀୟ ନେତା ଭାବରେ ତାଙ୍କୁ ମରଣୋତ୍ତର ଭାରତ ରନ୍ ପ୍ରଦାନ ପାଇଁ ଦାବି କରାଯାଇଥିଲା ।
ସେ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାକୁ ମନୋନୀତ ଏବଂ ନିର୍ବାଚିତ ହେବା, ଭାରତୀୟ ବିଧାନ ପରିଷଦକୁ ସର୍ବପ୍ରଥମ ଓଡ଼ିଆ ସଦସ୍ୟ ଭାବରେ ମନୋନୀତ ହେବା ସହ ବିହାର ଓଡ଼ିଶା ସରକାରରେ ମନ୍ତ୍ରୀ ଥିବାବେଳେ ମନ୍ତ୍ରୀମାନେ ଜନସେବକ ହୋଇଥିବାରୁ ଦରମା ନେବା ଅନୁଚିତ ବୋଲି ମତ ରଖୁ ସରକାରଙ୍କ ସହ ମତଐକ୍ୟ ନ ହେବାରୁ ଇସ୍ତଫା ଦେଇଦେବା ତାଙ୍କ ମହାନତାର ଗୋଟିଏ ବଳିଷ୍ଠ ପ୍ରମାଣ ଭାବରେ ପରିଗଣିତ । ଯାହା ଆଜିର ଜନ ପ୍ରତିନିଧୁମାନଙ୍କ ଠାରୁ ତାଙ୍କୁ ବହୁ ଉଚ୍ଚକୁ ନେଇଯାଇଥିବା ବିଷୟ ସଭାର ଆଲୋଚନା ପରିସରଭୁକ୍ତ ହୋଇଥିଲା ।
ଏତଦ୍ ବ୍ୟତୀତ ନାରୀ ଶିକ୍ଷା, ସମବାୟ ଆନ୍ଦୋଳନ, ଶିଳ୍ପ ନୀତି ଇତ୍ୟାଦିରେ ତାଙ୍କର ଆଭିମୁଖ୍ୟକୁ ବିଗ୍ଧର କରି ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ତାଙ୍କର ପ୍ରବର୍ତ୍ତକ ଭାବରେ ସ୍ବୀକାର କରିବା ବିଶେଷ କରି ଓଡ଼ିଆ ଜାତିର ଏକ ସମ୍ପୂର୍ଣ୍ଣ ଓ ନବ ଜାଗରଣ ଆଣି ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ଶ୍ରେଷ୍ଠ ଭୂମିକା ଗ୍ରହଣ ଆଦି ତାଙ୍କୁ ଭାରତ ଗୌରବର ଯୋଗ୍ୟତା ଆଣି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଭାରତ ରନ୍ ପ୍ରଦାନ କରାଯାଇ ନପାରିବା ଅତ୍ୟନ୍ତ ଦୁଃଖ ଏବଂ କ୍ଷୋଭର ବିଷୟ ବୋଲି ବକ୍ତାମାନେ ମତ ରଖୁଥୁଲେ ।
ଆଜିର ଉପରୋକ୍ତ କାର୍ଯ୍ୟକ୍ରମ ଦୃୟରେ ସର୍ବଶ୍ରୀ ତ୍ରିନାଥ ସାମନ୍ତରାୟ, ଭରତ କୁମାର ଜେନା, ଇଂ. ଶିବ ସୁନ୍ଦର, ଯୁଗଳ କିଶୋର ନାୟକ, ସୌଭାଗ୍ୟ ମହାପାତ୍ର, କାଳନ୍ଦି ନାୟକ, ମାନସ ମହାପାତ୍ର, ସୁବାସ ଚନ୍ଦ୍ର ବିଶ୍ୱାଳ, ଭାଗିରଥୀ ମହାପାତ୍ର, ସୁବାସ ଶତପଥୀ, କୈଳାସ ଚନ୍ଦ୍ର ମହାପାତ୍ର, ଅମିତ କୁମାର ବେହେରା, ମହେନ୍ଦ୍ର କୁମାର ନାୟକ ଓ ଟୁଲୁ ଦାଶ ପ୍ରମୁଖ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ଆଜୀବନ ସଦସ୍ୟ ତଥା ଜନସାଧାରଣ ଯୋଗ ଦେଇଥିବାବେଳେ ଡ଼ା. ବାନାମ୍ବର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment