loading...

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୮ତମ ତିରୋଧାନ ଦିବସରେ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୮ତମ ତିରୋଧାନ ଦିବସରେ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ଏହି ଉପଲକ୍ଷେ ବିଧାନସଭା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । 

ବାଚସ୍ପତି ଡ. ପାତ୍ର ମଧୁବାବୁଙ୍କୁ ଶତାବ୍ଦୀର ସୂର୍ଯ୍ୟ ରୂପେ ଅଭିହିତ କରି ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ଅନବଦ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧୁବାବୁ ଓଡ଼ିଆଙ୍କ ପ୍ରାଣସ୍ପନ୍ଦନରେ ଚିରକାଳ ପାଇଁ ରହିବେ ବୋଲି ମତ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଧାନସଭା ସଚିବ ଦାଶରଥୀ ଶତପଥୀ ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ ଶିବ ପଟ୍ଟନାୟକ ସଂଯୋଜନା କରିଥିଲେ । ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଶାଶ୍ବତୀର କଳାକାରମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget