loading...

ଫଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ରାଜ୍ୟର ୩୦ ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଲୁଟ ସ୍କାମରେ ସିବିଆଇର ସଂଦେହ ଜନକ ଶିଥୁଳତା, ପାରଦ୍ବୀପ ବନ୍ଦରର କ୍ଲାକରୋଜ ଜାହାଜ ବୁଡ଼ି ଘଟଣା

ଫଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ଭୁବନେଶ୍ୱର,ରାଜ୍ୟର ୩୦ ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଲୁଟ ସ୍କାମରେ ସିବିଆଇର ସଂଦେହ ଜନକ ଶିଥୁଳତା, ପାରଦ୍ବୀପ ବନ୍ଦରର କ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ନାତନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିଜେଡ଼ି ଓ ବିଜେପିକୁ କଡ଼ାଟାର୍ଗେଟ କରିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଚଳିତ ପଂଚାୟତ ନିର୍ବାଚନ ପାଇଁ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଭ ଉନ୍ମୋଚନ ସମାରୋହରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ସଂଟ ଅଛି । ବିଜେଡ଼ି ରାଜ୍ୟରେ ଆନ୍ଦୋଳନ କରେ କିନ୍ତୁ ଦିଲ୍ଲୀରେ ଚୁପ । ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ ରାଜ୍ୟରେ କିନ୍ତୁ ଦିଲ୍ଲୀରେ ଏମାନଙ୍କ ମୁହଁ ମଧ୍ୟ ବନ୍ଦ । 

ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢୁଥିଲେ ମଧ୍ୟ ଏମାନଙ୍କ ଭିତରେ ଭିତରି ସଂପର୍କ ରହିଛି । ନହେଲେ ପାରାଦ୍ବୀପ ବନ୍ଦର କ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍‌ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥୁଳତା ଏହାର ବଳିଷ୍ଠ ପ୍ରମାଣ । ନବୀନ ସରକାରର ୨୨ ବର୍ଷରେ ୨୨ କଳାକାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ ଚିଟ୍‌ଫଣ୍ଡ ସ୍କାମରେ ଶାସକ ବିଜେଡ଼ି ଦଳର ୨୭ ବିଧାୟକ ଓ ୪ ଜଣ ମନ୍ତ୍ରୀ ସଂପୃକ୍ତ । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏଭଳି ବହୁ ସ୍ପର୍ଶକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରି କଂଗ୍ରେସ ସପକ୍ଷରେ ଜନମତ ଆଣିବ ବୋଲି ଶ୍ରୀ ରାଉତରାୟ କହିଥିଲେ । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget