loading...

ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବହୁ ଶୀଘ୍ର ଧରାପଡିବେ : ଡ.ଲେଖାଶ୍ରୀ

ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସରୁ ଉଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ସଂପୃକ୍ତ ବହୁ ଅପରାଧୀ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି

ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବହୁ ଶୀଘ୍ର ଧରାପଡିବେ : ଡ.ଲେଖାଶ୍ରୀ

ଭୁବନେଶ୍ୱର,ବହୁଚର୍ଚ୍ଚତା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସରୁ ଉଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ସଂପୃକ୍ତ ବହୁ ଅପରାଧୀ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । ପ୍ରକୃତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅପରାଧୀମାନଙ୍କୁ ଖସାଇଦେବାର ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ମମିତା ହତ୍ୟାକାଣ୍ଡରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ସତ୍ତ୍ୱେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ପୋଲିସ ହାଜତରୁ ବଂପଟ ମାରିବା, ଶେଷ ମୁହୁର୍ତରେ କୋର୍ଟରେ ପୋଲିସ ଚାର୍ଜସିଟ୍ ଦାଖଲ ହେବା ଆଦି ଘଟଣାଗୁଡିକ କେଉଁଠି ନା କେଉଁଠି ଏହି ଅପରାଧରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିବାର ପ୍ରମାଣିତ ହୋଇଛି । 

ଅନ୍ୟ ପଟେ ତାଙ୍କୁ ସୁରକ୍ଷା ମିଳିବ ବୋଲି ମୁଖ୍ୟ ଷଡଯନ୍ତ୍ରକାରୀ ଦିବ୍ୟଶଂକର ମିଶ୍ର ନିଶ୍ଚିନ୍ତ ଥିଲେ ଏବଂ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ବାଧ୍ୟ ବୋଲି ମନ୍ତ୍ରୀ ଦିବ୍ୟଶଂକର ଭଲ ଭାବେ ଜାଣିଥିଲେ । କିନ୍ତୁ ବହୁ ଶୀଘ୍ର ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଧରାପଡିବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଡ.ଲେଖାଶ୍ରୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନି ଦଳ ରାଜ୍ୟ ଗସ୍ତରେ ଥିବା ରାଷ୍ଟ୍ରୀୟ ମହିଳା କମିଶନ ଶ୍ରୀମତୀ ରେଖା । ଶର୍ମାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମମିତା ହତ୍ୟାକାଣ୍ଡ ଏବଂ ଘଟଣା ପରବର୍ତ୍ତୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

ମମିତା ହତ୍ୟାକାଣ୍ଡକୁ ରାଷ୍ଟ୍ରୀୟ ମହିଳା କମିଶନ ବହୁ ଗମ୍ଭୀରତାର ସହ ବିଚାର କରିଛନ୍ତି । ଆଜିର ଗସ୍ତ ଅବସରରେ କମିଶନ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଆଲୋଚନା କରିଛନ୍ତି । ମମିତାକୁ ନ୍ୟାୟ ପ୍ରଦାନ ପାଇଁ କମିଶନ ସମସ୍ତ ପ୍ରକାରର ଉଦ୍ୟମ ଜାରୀ ରଖିଛି ବୋଲି ଶ୍ରୀ ଶର୍ମା ବିଜେପି ପ୍ରତିନିଧ ଦଳକୁ ପ୍ରତିଶୃତି ଦେଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ମମିତା ହତ୍ୟାକାଣ୍ଡ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ନିହାତି ଆବଶ୍ୟକ ରହିଛି । ତେଣୁ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ସିବିଆଇ ଦ୍ବାରା ନିରପେକ୍ଷ ତଦନ୍ତ କରାଯିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget