ନୂଆଦିଲ୍ଲୀ/ ଭୁବନେଶ୍ବର, ଓଡ଼ିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୨- ୨୩ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ପୂର୍ବୋଦୟ ମିଶନରେ ଓଡିଶାରେ ରେଳ ଭିତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଏହି ରେକର୍ଡ ସଂଖ୍ୟକ ଅର୍ଥ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ସହ ରାଜ୍ୟରେ ରେଳ ଭିତିଭୂମିକୁ ସୁଦୃଢ କରିବା ଓ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ମୋଦି ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।
୨୦୨ ୧-୨ ୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଏ ବର୍ଷ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି । ଚଳିତଥର ବାସ୍ତବ ସ୍ଥିତି ଓ ପ୍ରକଳ୍ପର କାମକୁ । ତ୍ବରାନ୍ବିତ କରିବା ଆଧାରରେ ବେଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ପ୍ରତି ପ୍ରକାର ଆବଶ୍ୟକତା ବିଚାରକୁ ନିଆଯାଇ ଅର୍ଥ ଅନୁଦାନ ଦିଆଯାଇଛି । ମିଶନ ପୂର୍ବଦାୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଳ୍ପନା କରାଯାଇଥିବା । ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ବ ଦ୍ବାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି । । ମୋଦି ସରକାର ଓଡିଶାକୁ ରେଳ କ୍ଷେତ୍ରରେ ପ୍ରାଥମିକତା ଦେଇଛନ୍ତି । ଯାହା ମୋଦି ସରକାରଙ୍କ ଓଡ଼ିଶାର । ବିକାଶ ପାଇଁ ଥିବା ଅଙ୍ଗିକାରବଦ୍ଧତାକୁ ଦର୍ଶାଉଛି । ଚଳିତ ବଜେଟରେ ବହୁ ପ୍ରତିକ୍ଷୀତ ୨୮୯ କିମି । ଖୋଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୮୯ ୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଅନୁଦାନ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପକୁ ତ୍ବରାନ୍ବିତ କରାଇବ ।
ଏହାବ୍ୟତିତ । ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା , ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ଦିଆଯାଇଛି । ଏହା ଦ୍ଵାରା ଏହି ପ୍ରକଳ୍ପର କାମ ତ୍ବରାନ୍ବିତ ହେବ । ସେହିପରି ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ । ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ - ନିଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫ ୧ କୋଟି, ଖୋଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭ ୧୭ କୋଟି ଟଙ୍କା ଦିଆଯାଇଛି ।
ଜୟପୁର ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର। ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ଦିଆଯାଇଛି । ଏହି ସବୁ ଅର୍ଥ ରେଳ ପ୍ରକ କାର୍ଯ୍ୟକୁ ତ୍ବରାନ୍ବିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାବ୍ୟତିତ ଯାତ୍ରୀ ସୁବିଧା ପାଇଁ ୩୦୪.୧୭ କୋଟି ଟଙ୍କା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪ରୁ ବାର୍ଷିକ ହାରାହରି ପ୍ରାୟ ୫୦୦୦ କୋଟିରୁ ଉର୍ଦ୍ଧ ଟଙ୍କା ଦିଆଯାଉଛି ବୋଲି ସେ କହିଛନ୍ତି ।
Post a Comment