loading...

ନୀଳାଚଳ ଟାଟାକୁ ବିକ୍ରି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ : କେନ୍ଦ୍ରୀୟ ଶ୍ରମିକ ମଞ୍ଚ

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଆଇଏଟିୟୁସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି

ନୀଳାଚଳ ଟାଟାକୁ ବିକ୍ରି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ : କେନ୍ଦ୍ରୀୟ ଶ୍ରମିକ ମଞ୍ଚ

ଭୁବନେଶ୍ୱର, କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଆଇଏଟିୟୁସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇ ଏଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ସେ ଓ ଏପିଏଫର ଶ୍ରମିକ ନେତାମାନେ ନୀଳାଚଳ ଇସ୍ପାତ କାରଖାନାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଟାକୁ ବିକ୍ରି କରିବାରେ ଦାୟୀ ବୋଲି ମତପ୍ରକାଶ କରିଛନ୍ତି । ନୀଳାଚଳ ଇସ୍ପାତର ସମ୍ପତ୍ତିକୁ ସଠିକ୍ ମୂଲ୍ୟାୟନ ନକରି ଶାଗମାଛ ଦରରେ ଟାଟାକୁ ୧୨ ହଜାର ୧୦୦କୋଟି ଟଙ୍କାରେ ବିକ୍ରି କରିବା ଏକ ଚଞ୍ଚକତା ବୋଲି ଶ୍ରମିକ ନେତାମାନେ କ୍ଷୋଭପ୍ରକାଶ କରିଛନ୍ତି । ସରକାର ଶ୍ରମିକମାନଙ୍କ ସହିତ କୌଣସି ଆଲୋଚନା ନକରି ବିକ୍ରି କରିବା ଏକ ଲଜ୍ଜାଜନକ କଥା । 

ନୀଳାଚଳ ଇସ୍ପାତକୁ ରାଉରକେଲା ଷ୍ଟିଲପ୍ଲାଣ୍ଟ ସହିତ ମିଶାଇ ଏତେବଡ଼ କାରଖାନାକୁ ପୁର୍ନଜୀବିତ କରାଯାଇ ପାରିଥାନ୍ତା । ଏହା ନକରି କର୍ପୋରେଟମାନଙ୍କ ସ୍ବାର୍ଥରେ ଉଭୟ ସରକାର ସାଲିସ୍ କରିଛନ୍ତି ଓ ଏହାକୁ ୮ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୃଢ ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇକରଣରୁ ରହି ରାଜ୍ୟ ସରକାର ଏହାକୁ ୩୯ ପ୍ରତିଶତ ଅଂଶଧନରେ ଚଳାଇଥାନ୍ତେ, ଓଡ଼ିଶାର ବହୁ ବେକାରୀ ଯୁବକ ନିଯୁକ୍ତିର ସୁଯୋଗ ପାଇଥାନ୍ତି । ଏହି ବୈଠକରେ ଆଇ ଏଟିୟୁସିର ସଭାପତି ପାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ରାମକୃଷ୍ଣ ପଣ୍ଡା, ଏଚ୍ଏମ୍ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସିଟୁର ସଭାପତି ଜନାର୍ଦ୍ଦନ ପତି, ଏଆଇୟୁଟିୟୁସିର ନିରଞ୍ଜନ ମହାନ୍ତି, ଏଆସିସିଟିୟୁର ସଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର, ଏଲପିଏଫର ସଭାପତି ବି.ପି. ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget