loading...

ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ । ନେଟ୍ ଲାଭରେ ଅଭିବୃଦ୍ଧି

ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଶେଷ ହୋଇଥିବା ତୃତୀୟ ତ୍ରୈମାସରେ ବ୍ୟାଙ୍କ ୩୧୦.୩୯ କୋଟି ଟଙ୍କାର ନେଟ୍ ଲାଭ

ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ । ନେଟ୍ ଲାଭରେ ଅଭିବୃଦ୍ଧି

ଭୁବନେଶ୍ୱର, ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଶେଷ ହୋଇଥିବା ତୃତୀୟ ତ୍ରୈମାସରେ ବ୍ୟାଙ୍କ । ୩୧୦.୩୯ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରି ପୂର୍ବ ବର୍ଷ ଏହି ସମୟ ତୁଳନାରେ ଶତକଡା ୭୭୫.୮୭ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ପାରିଛି । ଏହି ସମୟ ମଧ୍ୟରେ ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଶତକଡା ୨୧.୮୮ ପ୍ରତିଶତ ଅଭିବୃଦ୍ଧି ହାରରେ ୧୩୪୦.୩୦ କୋଟି ଟଙ୍କାରେ ପହଞ୍ଚିପାରିଛି । ବ୍ୟାଙ୍କର ମୋଟ୍ ସୁଧ ଆୟ ପୂର୍ବ ବର୍ଷ ଠାରୁ ଶତକଡା ୨୫,୨୬ ପ୍ରତିଶତ ଅଭିବୃଦ୍ଧି ହାରରେ ୧୭୬୨.୬୧ କୋଟିରେ ପହଞ୍ଚିଛି । 

ସେହିପରି ବ୍ୟାଙ୍କର ମୋଟ୍ ବ୍ୟବସାୟ ପୂର୍ବ ମାସ ଶେଷ ସୁଦ୍ଧା ୩୧୯୨ ୧୮.୨୮ କୋଟି ହୋଇଥିବା ବେଳେ ଏହା ଚଳିତ ବର୍ଷ ଶେଷ ସୁଦ୍ଧା ୩୪୪୩୨ ୧.୬୬ କୋଟିରେ ପହଞ୍ଚି ଶତକଡା ୭.୮୬ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର ମୋଟ୍ ଜମା ପରିମାଣ ପୂର୍ବ ବର୍ଷ ତୁଳନାରେ ଶତକଡା ୮.୦୯ ପ୍ରତିଶତ ବୃଦ୍ଧି ପାଇ ୨ ୧୮୮୦ ୨.୫ ୨ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର କାସା ଡିପୋଜିଟ (ଘରୋଇ) ଚଳିତ ବର୍ଷ ଶତକଡା ୩୮.୬୩ ପ୍ରତିଶତରେ ପହଞ୍ଚିପାରିଛି । ବ୍ୟାଙ୍କର ସଂଚୟ ଜମା ଗତ ବର୍ଷ ୬୮୨୩୪.୭୪ କୋଟି ହୋଇଥିବା ବେଳେ ଚଳିତ ବର୍ଷ ଏହା ଶତକଡା ୮.୦ ପ୍ରତିଶତ ଅଭିବୃଦ୍ଧି ହାରରେ ୭୪୧୭୪, ୨୭ କୋଟିକୁ ବୃଦ୍ଧି ପାଇଛି । ବ୍ୟାଙ୍କର ସମୁଦାୟ ଅଗ୍ରୀମ ଡିସେମ୍ବର ୨୦୨୦ରେ ୧୧୬୭୯୭.୨୪ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଶତକଡା ୭.୪୭ ପ୍ରତିଶତ ଅଭିବୃଦ୍ଧି ହାରରେ ୧୨୫୫ ୧୯.୧୩ କୋଟି ଟଙ୍କାରେ ପହଞ୍ଚି ପାରିଛି । 

ବ୍ୟାଙ୍କର ନେଟ୍ ଏନ୍‌ପିଏ ପରିମାଣ ପୂର୍ବ ବର୍ଷ ଶତକଡା ୩.୩୭ । ପ୍ରତିଶତ ରହିଥିବା ବେଳେ ଏହା ଶତକଡା ୨.୮୧ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ପ୍ରୋଭିଜନ କଭରେଜ ରେସିଓ ପୂର୍ବ ବର୍ଷ ଶତକଡା ୯୧, ୨୨ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଶତକଡା ୯୧.୩୦ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଏବଂ ସିଇଟି-୧ ପୂର୍ବ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶତକଡା ୧୪.୩୧ ପ୍ରତିଶତ ଏବଂ ଶତକଡା ୧୧.୩୭ ପ୍ରତିଶତ ଥିବା ବେଳେ ଏହା ଡିସେମ୍ବର ମାସ ଶେଷ ସୁଦ୍ଧା ଯଥାକ୍ରମେ ଶତକଡା ୧୪.୫୬ ପ୍ରତିଶତ ଏବଂ ଶତକଡା ୧୧.୭୩ ପ୍ରତିଶତରେ ପହଞ୍ଚିପାରିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget