loading...

ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ : ସମୀର ମହାନ୍ତି

ଶାସକ ବିଜେଡି ସରକାର, ମିଛୁଆ ରାଧୁଆ ସରକାର । କେବଳ ପ୍ରତାରଣା ବ୍ୟତୀତ ରାଜ୍ୟବାସୀଙ୍କୁ ଆଉ କିଛି ଦେଇନାହିଁ ଶାସକ ବିଜେଡି

ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ : ସମୀର ମହାନ୍ତି

ବାଲିଗୁଡା,ଶାସକ ବିଜେଡି ସରକାର, ମିଛୁଆ ରାଧୁଆ ସରକାର । କେବଳ ପ୍ରତାରଣା ବ୍ୟତୀତ ରାଜ୍ୟବାସୀଙ୍କୁ ଆଉ କିଛି ଦେଇନାହିଁ ଶାସକ ବିଜେଡି । ରାଜ୍ୟ ସରକାରଙ୍କ ପିଠା, କାଳିଆ, ହରିଶ୍ଚନ୍ଦ୍ର ଯୋଜନା ଆଦି ଫେଲ ମାରିଛି । ବାସହୀନଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଲେ । କିନ୍ତୁ ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ନିରନ୍ତର ଭାବେ ଶାସନ କ୍ଷମତାରେ ଥିବା ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଗରୀବ ଲୋକଟି ବାସଗୃହଟିଏ ପାଇବାରୁ ବଂଚିତ ହେଲା । ସେହିପରି ଆଦିବାସୀଙ୍କ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନାର ସୁଫଳରୁ ବଂଚିତ ରଖାଗଲା । ଆଜି ମଧ୍ୟ ସମଗ୍ର ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ମେଘାଳୟ ରାଜ୍ୟରେ ଚାଷୀଙ୍କ ଆୟ ୩୫ ହଜାର ଟଙ୍କା ଥିବାବେଳେ ଓଡିଶାରେ ଏହା ମାତ୍ର ୫ ହଜାର ଟଙ୍କାରେ ସୀମିତ ଅଛି । ରାଜ୍ୟରେ କୃଷକଙ୍କ ଆୟ ୫ ଗୁଣା ବୃଦ୍ଧି ପାଇବାର ସମସ୍ତ ସମ୍ଭାବନା ଥୁବାବେଳେ ଶାସକ ବିଜେଡିର ଚାଷୀମାରଣ ନୀତି କାରଣରୁ ଚାଷୀକୁଳଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । କନ୍ଧମାଳର ଚାଷୀ, ଆଦିବାସୀ ଏବଂ ଜଙ୍ଗଲ ବର୍ତମାନ ବିପନ୍ନ ସ୍ଥିତିରେ । କନ୍ଧମାଳ ହଳଦୀର ସମଗ୍ର ବିଶ୍ଵରେ ସ୍ଵତନ୍ତ୍ର ଚାହିଦା ରହିଥିବାବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ହଳଦୀ ବିକ୍ରି ହୋଇନପାରି ନଷ୍ଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ କନ୍ଧମାଳ ଚାଷୀ ଆଜି ବିପନ୍ନ ସ୍ଥିତିକୁ ପହଂଚିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷିତ ନାହାନ୍ତି । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣା ପ୍ରମୁଖ ଚିନ୍ତାର କାରଣ ସାଜିଥିବାବେଳେ ରାଜ୍ୟ ସରକାର ହାତ ବାନ୍ଧି ବସିରହିଛନ୍ତି । ଶାସକ ବିଜେଡି ବର୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଓଡ଼ିଶାବାସୀଙ୍କୁ ପ୍ରତାରଣା ଦେଇ ଆସୁଥିବା ଶାସକ ବିଜେଡି ବର୍ତମାନ ରକ୍ତମୁଖା ସାଜି ଏବଂ ପ୍ରତିହିଂସା ପରାୟଣ ହୋଇ ବିରୋଧୀ ଦଳର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଏପରିକି ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ସଂପର୍କରେ ଅବଗତ କରାଉଥିବା ଗଣମାଧ୍ୟମ ପ୍ରତିନିଧ୍ଵ ଓ ସାମ୍ବାଦିକମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ସତ୍ୟକୁ ଦମନ କରିବାର ଅପପ୍ରୟାସ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ରକ୍ତମୁଖା ସାଜିଥିବା ଶାସକ ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ । ରାଜ୍ୟବାସୀ ବର୍ତମାନ ପରିବର୍ତନ ମୁହାଁ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଚାୟତ ନିର୍ବାଚନ ପ୍ରଚାର ଅବସରରେ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କନ୍ଧମାଳ ଜିଲ୍ଲାର ୧୦ ନମ୍ବର ଜୋନର ଦାରିଙ୍ଗବାଡି, ବୁଡାଗଡା, ସିମନବାଡି ଫଚାୟତର ବିଭିନ୍ନ ଗ୍ରାମରେ ରୋଡ ସୋ ଏବଂ ସଭା କରି ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥନୀ ଅର୍ଚ୍ଚନା ପ୍ରଧାନଙ୍କ ସପକ୍ଷରେ ଭୋଟ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ରସେନ ସେଠଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସାଧାରଣ ଭୋଟରଙ୍କ ମନରେ ରାଜ୍ୟର ଶାସକ ବିଜେଡି ଦଳକୁ ନେଇ ବିରାଟ ଅସନ୍ତୋଷ ଥିବାବେଳେ ବିଜେପି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget