loading...

ପ୍ରତିବର୍ଷ ପରି ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ

ପ୍ରତିବର୍ଷ ପରି ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ ହୋଇଥିଲା । ରାତି ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା

ପ୍ରତିବର୍ଷ ପରି ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ

ଭୁବନେଶ୍ୱର, ପ୍ରତିବର୍ଷ ପରି ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ ହୋଇଥିଲା । ରାତି ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା । ଏହି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ରାସ୍ତା ଓ ମନ୍ଦିରକୁ ଆଲୋକମାଲାରେ ସଜ୍ଜା ହୋଇଥିଲା । ସନ୍ଧ୍ୟା ୭ଟାରୁ ଗୋଟିଏ ପରେ ଗୋଟିଏ ଭଜନ ଶିବ ଭଜନ ପରିବେଷଣ କରି ଶ୍ରୋତାଙ୍କ ମନ ମୋହିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ଭିତରେ ଆଇନ ଶୃଙ୍ଖଳା ଓ ବାହାରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା । ମନ୍ଦିରରେ ଭୋର ସାଢ଼େ ୩ଟାରୁ ସାହାଣ ମେଲା ଦର୍ଶନ ହୋଇଥିଲା । 

ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ କରିଥିଲେ । ଏଥିର୍ୱେନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଲର୍ଡ଼ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଠବୋର୍ଡ଼ର ଟ୍ରଷ୍ଟି କାହ୍ନୁ ଚରଣ ସାମନ୍ତରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପୁଷ୍ପା ଦାସ, ସ୍ଥାନୀୟ ମୁରବୀ ଶିବ କୃଷ୍ଣ ପଟ୍ଟନାୟକ, ଅଶୋକ ଦାସ, ଥାନା ଅଧିକାରୀ ଓ ସ୍ଥାନୀୟ ମୁରବୀମାନେ ସାମିଲ ହୋଇଥିଲେ । ତେବେ ଚଳିତ ବର୍ଷ କୋଭିଡ଼୍ କଟକଣାକୁ ମାନି ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧି ମନ୍ଦିରକୁ ପ୍ରବେଶ କରି ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget