ଭୁବନେଶ୍ବର, ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡଃ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ବରସ୍ଥିତ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ର କୁଳପତି ଭାବେ ଦୁଇ ଥର ଦାୟିତ୍ବ ତୁଲାଇଛନ୍ତି । ୨୦୧୧ ମସିହାରୁ ପ୍ରଫେସର ଖଗେଶ୍ୱର ପ୍ରଧାନ ସୋଆ ର ଚାନ୍ସଲର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓ ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରଫେସର ରାୟ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟକୁ ପ୍ରଫେସର ରାୟ ସଫଳତାର ଶିଖରକୁ ନେବା ନିମନ୍ତେ ନେତୃତ୍ବ ଓ ଦିଗଦର୍ଶନ ଦେବେ ବୋଲି ପ୍ରଫେସର ନାୟକ କହିଥିଲେ ।
ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟି ରୁ ବିଏସ୍ସି (ଏଗ୍ରିକଲଚର) ଶିକ୍ଷା ଗ୍ରହଣ ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏସସି ( ଏଜି) ଓ ୧୯୮୧ ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟ ରେ ହର୍ଟିକଲ୍ର ବିଭାଗ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଓ ଓୟୁଏଟି ରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ସହ ଆସୋସିଏଟ ଡାଇରେକଟର (ରିସର୍ଚ୍ଚ ), ହର୍ଟିକଲ୍ର ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଏକ୍ସଟେନସନ ଏଜୁକେସନ ଡିନ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ବ ତୁଲାଇଥିଲେ । ପ୍ରଫେସର ରାୟ ୨୦୦୬ ରେ ଓୟୁଏଟି ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଓ ୨୦୧୨ ପର୍ଯ୍ୟନ୍ତ ଏହି ପଦବୀ ରେ ଅବସ୍ଥାପିତ ଥିଲେ । । ସେ ଫଳ, ବିଭିନ୍ନ ବୃକ୍ଷ ରୋପଣ ଓ ଫସଲ ର ଉନ୍ନତି, ଅରକାର୍ଡ ମ୍ୟାନେଜେମେଣ୍ଟ ଓ ଜଳ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି । ସେ ୫୦ରୁ ଅଧୁକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ତାଙ୍କର ୨୦୦ ରୁ ଅଧୁକ ସନ୍ଦର୍ଭ ପ୍ରକାଶ ପାଇଛି । ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି ।
ସେ ୫୦ରୁ ଅଧୁକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ତାଙ୍କର ୨୦୦ ରୁ ଅଧୁକ ସନ୍ଦର୍ଭ ପ୍ରକାଶ ପାଇଛି । ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ବରସ୍ଥିତ କୃଷି ଓ ବୈଷୟିକ ଜାତୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି ।
ନାସନାଲ ଏକାଡେମି ଅଫ ଏଗ୍ରିକଲଚରାଲ ସାଇନ୍, ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ, ଚେନ୍ନାଇ ସ୍ଥିତ ନାସନାଲ ଏକାଡେମି ଅଫ ବାୟୋଲୋଜିକାଲ ସାଇନସେ, ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍, ନୂଆଦିଲ୍ଲୀ ସ୍ଥିତ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ଏବଂ ଭୁବନେଶ୍ବର ସ୍ଥିତ ଓଡିଶା ପରିବେଶ ସମାଜ ର ଫେଲୋ ରହିଥିବା ପ୍ରଫେସର ରାୟ ୨୦୦୯ ରେ ଡଃ ଏମ ଏଚ ମାରିଗୌଡା ଜାତୀୟ ପୁରସ୍କାର, ୨୦୧୦ରେ ରାଜ୍ୟ ବିଶ୍ଵବିଦ୍ୟାଳୟର କୁଳପତି ଭାବେ ଥୀଙ୍କ ଓଡିଶା ଲିଡରସିପ ସମ୍ମାନ, ୨୦୧୧ ରେ ଲାଇଫ ଟାଇମ ଆଚିଭମେଣ୍ଟ ଇନ ଭେଜିଟେବୁଲ କ୍ରସ୍ ଆୱାର୍ଡ, ୨୦୧୧ ରେ ଲାଇଫ ଟାଇମ କଣ୍ଡିବ୍ୟସନ ଫର ପ୍ରମୋସନ ଅଫ ଏଗ୍ରିକଲଚର ସାଇନ୍, ୨୦୧୬ ରେ ସିନିଅର ସାଇନଟିଷ୍ଟ ଆୱାର୍ଡ ଏବଂ ୨୦୧୯ରେ ପନିପରିବା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ଓଡିଶା ବିଜ୍ଞାନ ଏକାଡେମି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।
ସେ ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, କୋଲକାତା ସ୍ଥିତ ଏଗ୍ରିକଲଚର ସୋସାଇଟି ଅଫ । ଇଣ୍ଡିଆ, ଭୁବନେଶ୍ବର ସ୍ଥିତ ଓଡିଶା ହର୍ଟିକଲଚର ସୋସାଇଟି ଓ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ | ଇଣ୍ଡିଆ ର ସଭାପତି ଭାବେ ଦାୟିତ୍ବ ତୁଲାଇ ଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ ଓ । କନଫେଡେରେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ଉପ ସଭାପତି ଭାବେ କାର୍ଯ୍ୟ କରିଛନ୍ତି ।
Post a Comment