ଭୁବନେଶ୍ୱର, ରାଜ୍ୟ ଅବକାରୀ ବିଭାଗ ଆଜି ଗୋଟିଏ ଦିନରେ ରେକର୍ଡ ପରିମାଣର ଟିକସ ଫାଙ୍କି ଟ୍ରକ ଭର୍ତି ବିଦେଶୀ ମଦ ଜବତ କରିଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ଅହକାରୀ ନିର୍ଦ୍ଦେଶାଳୟର ସୂଚନା ଆଧାରରେ ଢେଙ୍କାନାଳ ଗୁଇନ୍ଦା ଅଧିକାରୀମାନେ ଆଜି ପାହାନ୍ତାରୁ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତଗତ ବାଉଁଶପୋଖରୀ ଠାରେ ମଦଭଉଁ ଏକ ୧ ୨ ଚକିଆ ଟ୍ରକକୁ ଜବତ କରିଛନ୍ତି । ଗୋଟିଏ ଦିନରେ ଏତେ ବିପୁଳ ପରିମାଣର ବିଦେଶୀ ମଦ ଜବତ ଘଟଣା ଓଡିଶାରେ ପ୍ରଥମ । ରାଜସ୍ଥାନର RJ 32 GA 8205 ନମ୍ବର ଥିବା ଏହି ଟ୍ରକରେ ଥିବା କଣ୍ଟନରଟିର ଗୋଟିଏ ପଟ ୱାଟର ପିଉରିଫାଏର ଭଳି ତିଆରି ହୋଇଥିଲା । ଅବକାରୀ ବିଭାଗ ଅଧିକାରୀମାନେ ଗ୍ୟାସ କଟର ଦ୍ବାରା ଏହାକୁ କାଟିଥିଲେ ।
ଏଥିରୁ ୧୦୭୦ ପେଟି ବିଦେଶୀ ମଦ ଜବତ ହୋଇଥିଲା । ଏହି ସମସ୍ତ ମଦ ଟିକସ ଫାଙ୍କି ଚାଲାଣ ହେଉଥିବା ଜଣାପଡିଛି । ୯୨ ୨୪ ଲିଟର ମଦ ଜବତ ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଢେଙ୍କାନାଳର ଅବିନାଶ ମହାରଣା ଥିବାବେଳେ ହରିଆନା ସୋନିପଥର ଦୁଇ ଗାଡିଚାଳକ ସତୀଶ ନନ୍ଦ ଓ ବିଜେନ୍ଦ୍ର ଗିରଫ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଟିକସ ଫାଙ୍କି ମଦ ଅରୁଣାଚଳ ପ୍ରଦେଶରୁ ଅନୁଗୁଳ ଜିଲ୍ଲାକୁ ଆସୁଥିଲା । ଜବତ ବିଦେଶୀ ମଦର ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବବାଲି ଆକଳନ କରାଯାଇଛି । ଏହା ବ୍ୟତିତ ଅବକାରୀ ବିଭାଗ ଫେୟାରୀ ମାସର ଶେଷ ଚାରି ଦିନରେ ବେଆଇନ୍ ଅବାକରୀ କାରବାର ଅଭିଯୋଗରେ ୪୯୯ଜଣଙ୍କୁ ଗିରଫ କରିବା ସହିତ ୬୦ ୫ଟି ମାମଲା ରୁଜୁ କରିଛି ।
ଏହି ୪ ଦିନରେ ଅବକାରୀ ବିଭାଗ ୩୯୧ ଲିଟର ନକଲି ବିଦେଶୀ ମଦ, ୧ ୬ ଲିଟର ସ୍ପିରିଟ୍, ୬ ୩୨ ଲିଟର ବିଦେଶୀ ମଦ, ୭ ୮ ୬ ଲିଟର ବିୟର, ୧୨, ୪୩୨ ଲିଟର କାରଖାନା ତିଆରି ଦେଶୀମଦ, ୧,୧୯, ୪୧୫ କିଲୋ ମଦ ତିଆରି ସାମଗ୍ରୀ , ୨୧୭ କିଲୋ ଗଞ୍ଜଇ, ୨ ୩୭ ଗ୍ରାମ ବ୍ରାଉନସୁଗାର ସହିତ ଏହାକୁ ଚାଲାଣ କରୁଥିବା ୧୮ଟି ଦୁଇ ଓ ଚାରିଚକିଆ ଗାଡି ଜବତ କରିଥିବା ଜଣାଯାଇଛି । ଏହି ଚାରିଦିନର ଧରପଗଡ ମଧ୍ୟରେ ଅବକାରୀ ଖୋରଧା ସହରରୁ ୧୮୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ବ୍ରହ୍ମପୁର ସହରରୁ ବିଦେଶୀ ମଦ ତିଆରି କାରଖାନା ଠାବ କରିଥିଲା । ସେଠାରୁ ୨୧୪ ଲିଟର ନକଲି ବିଦେଶୀ ମଦ, ୧ ୬୫ ଲିଟର ସ୍ପିରିଟ୍ ସହିତ ମଦ ପ୍ରସ୍ତୁତ ପାଇଁ ଥିବା ଅନ୍ୟାନ୍ୟ ସାଜ ସରଞ୍ଜାମକୁ ଜବତ କରିଛି ।
ଅନୁରୂପ ଭାବେ ବ୍ରହ୍ମପୁର ଅବାକରୀ ବିଭାଗ ୯୫ଲିଟର ନକଲି ବିଦେଶୀ ମଦ ଜବତ କରିଥିବାବେଳେ ବଲାଙ୍ଗିର ଅବକାରୀ ବିଭାଗ ୨୯ ଲିଟର ନକଲି ବିଦେଶୀ ମଦ ଜବତ କରିଛି । କନ୍ଧମାଳ ଅବକାରୀ ବିଭାଗ ଏହି ସମୟ ମଧ୍ୟରେ ୧୨୫ କିଲୋ ଗଞ୍ଜଇ ସହିତ ଏହାକୁ ନେଇ ଯାଉଥିବା ଗୋଟିଏ ମହିନ୍ଦ୍ରା ଗାଡି ବି ଜବତ କରିଥିବା ସୂଚନା ମିଳିଛି ।
Post a Comment