ଭୁବନେଶ୍ବର,ପୌର ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି । ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ତ୍ତୃଆଲ ମୋରେ ବସିଥିବା ସମୀକ୍ଷା ବୈଠକରେ ଅଦାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡାଣ୍ଟ, ଏଫୋର୍ସମେଣ୍ଟ ସେଲ୍ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା ।
ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪୩୦ଟି ମାମଲା ରୁଜୁ ହୋଇଛି । ଏଥି ସହିତ ଏହି ୧୩ଦିନ ମଧ୍ୟରେ ୪୨, ୮୫ ୩ଲିଟର କାରଖାନା ତିଆରି ଦେଶୀ ମଦ, ୩, ୧୫, ୭ ୬୫ କିଲୋ ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୧ ୨୦ ଲିଟର ସ୍ପିରିଟ୍, ୯୨୭ ୮ ଲିଟର ଟିକସଫାଙ୍କ ବିଦେଶୀ ମଦ, ୧୯୫ ଲିଟର ନକଲି ବିଦେଶୀ ମଦ, ୧୫୦୩ କିଲୋ ଗଞ୍ଜଇ, ୩୧ ୨ ଗ୍ରାମ ବ୍ରାଉନସୁଗାର, ୬ ୬୧ ଲିଟର ବିୟର, ୩୭୭ ଲିଟର ବିଦେଶୀ ମଦ, ୧୩ ୬ ଲିଟର ଜିଞ୍ଜର ସହିତ ୭୨ଟି ଗାଡିମୋଟର ଜବତ ହୋଇଛି । ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୫.୬ କୋଟି ଟଙ୍କା ଆକଳନ କରାଯାଇଛି ।
ସମୀକ୍ଷା ବୈଠକରେ କମିଶନର ସିଂହ କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ନିର୍ବାଚନ ସମୟରେ ୨୪ ଘଣ୍ଟା ପାଟ୍ରୋଲିଂ ସହିତ ଚଢଉ ଜାରି ରଖୁବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଫୋର୍ସମେଣ୍ଟ ଶାଖା ନିମୟିତ ଭାବେ ସନ୍ଦିଗ୍ଧ ଅଞ୍ଚଳ ଉପରେ ଚଢଉ କରିବା ସହିତ ବେଆଇନ୍ ମଦ ପ୍ରସ୍ତୁତି, ବିକ୍ରି ଏବଂ ଟିକସ ଫାଙ୍କି ମଦ କାରବାର ଉପରେ ଚଢଉକୁ ବ୍ୟାପକ କରିବାକୁ କୁହାଯାଇଛି । ତେବେ ଆଜି କଟକ ଅବାକରୀ ଫ୍ଲାଇଙ୍ଗ ସ୍ବାକ୍ ଢେଙ୍କାନାଳର ଭୁବନ ଅଚଳରେ ଚଢଉ କରି ମଦ ପ୍ରସ୍ତୁତି ପାଇଁ କୋଲକତାରୁ ୬ଟି ଦ୍ରମରେ ଆସିଥିବା ୩ ୬ ୦ ଲିଟର ସ୍ପିରିଟ୍, ୬୦ଲିଟର ନକଲି ହୁସି, ୨୮୫୦ ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୨ ୬୦ଟି ଲେବୁଲ୍, ୨୪୦୦ ଠିପି ସହିତ ଗୋଟିଏ ଟ୍ରକ ଜବତ ହୋଇଛି ।
ଏହାକୁ ଦୃଷ୍ଟିରେ ରଖ୍ ଅବକାରୀ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଅଧିକ ସର୍ତକତା ଅବଲମ୍ବନ ପାଇଁ କମିଶନର ଶ୍ରୀ ସିଂହ ବୈଠକରେ ପରାମର୍ଶ ଦେଇଛନ୍ତି । କୌଣସି ସ୍ଥିତିରେ ଯେଭଳି ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ଜନିତ ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
Post a Comment