loading...

ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ମାରାଥନ ପ୍ରଚାର

ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ବ୍ରହ୍ମପୁର ମହାନଗରରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି

ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ମାରାଥନ ପ୍ରଚାର

 ବ୍ରହ୍ମପୁର,ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ବ୍ରହ୍ମପୁର ମହାନଗରରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଚ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ବିଧାୟକ ଶ୍ରୀ ଜେନା ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ବିଭିନ୍ନ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ଉଦଘାଟନ କରିଥିଲେ। ବ୍ରହ୍ମପୁରବାସୀ ପରିବର୍ତ୍ତନ ଚାହୁଁଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବ୍ରହ୍ମପୁର ମହାନଗର ନିଗମ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦମା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 


ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନ ପ୍ରଚାର ଅବସରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖୁବାକୁ ମିଳିଥିଲା ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ସମ୍ବଦ୍ଧିତ ମଧ୍ୟ କରିଥିଲେ। ରବିବାର ସକାଳେ ମହାନଗର ନିଗମର ୧୩ଟି ୱାର୍ଡ ଯଥା ୬, ୮, ୧୬, ୧୭, ୨୩, ୨୫, ୩୦, ୩୪, ୩୬, ୩୭, ୩୮, ୩୯, ୪୦ରେ ନିର୍ବାଚନ ପ୍ରଚାର କରାଯାଇଥିଲା । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, କଂଗ୍ରେସର ମୁଖପାତ୍ର ରବି ରଥ, ଜିଲା କଂଗ୍ରେସ ଉପସଭାପତି ମହେଶ୍ୱର ପାତ୍ର, ସମ୍ପାଦକ ଦଣ୍ଡପାଣି ପାତ୍ର, ସେବାଦଳ ମୁଖ୍ୟ କିଶୋର କାପୁର, କର୍ପୋରେଟର ପ୍ରାର୍ଥୀ କଳ୍ପନା ମାଝି, ସିଦ୍ଧାନ୍ତ ସାହୁ, ରଶ୍ମିତା ପ୍ରଧାନ, କେ. ରବି, ସବିତା ନାୟକ, ସନ୍ତୋଷୀ ଦାସ, ରଶ୍ମିତା ପ୍ରଧାନ, ଦଣ୍ଡପାଣି ସାହୁ, ଲତା ଦାସ, ବବିତା ନାୟକ, ରୁବିନା ସାହୁ, ଶର୍ମିଲା ଚର୍ଚ୍ଚ, ରଞ୍ଜିତା କୁମାରୀ ପ୍ରଧାନଙ୍କ ସମେତ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget