loading...

କାକଟପୁରରେ ବ୍ଲକ ଦଖଲ ପାଇଁ ବିଜେଡ଼ିର ଘୋଡ଼ା ବେପାର ପାଇଁ ପ୍ରଚେଷ୍ଟା – କଂଗ୍ରେସ

ତୃତୀୟ ମହଲା ଇଙ୍ଗିତରେ ମନ୍ତ୍ରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କର ଗୁଣ୍ଡାରାଜ । ପୋଲିସ ପ୍ରଶାସନ ସାଜିଛି ଶାସକ ଦଳର ଏଜେଣ୍ଟ

କାକଟପୁରରେ ବ୍ଲକ ଦଖଲ ପାଇଁ ବିଜେଡ଼ିର ଘୋଡ଼ା ବେପାର ପାଇଁ ପ୍ରଚେଷ୍ଟା – କଂଗ୍ରେସ

ଭୁବନେଶ୍ୱର,ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ବିଶ୍ବଭୂଷଣ ଦାସ ପ୍ରେସବାର୍ତା ମାଧ୍ୟମରେ କହିଛନ୍ତି ଶାସକ ବିଜୁ ଜନତା ଦଳ କ୍ଷମତା ଲୋଭରେ ଅନ୍ଧ ହୋଇ ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ପାଥେୟ କରି ବ୍ଳକ ଦଖଲ କରିବାପାଇଁ ଯେଉଁ ଉଦ୍ୟମ କରୁଛନ୍ତି ଏହା ଅଗଣତାନ୍ତ୍ରିକ ଅଟେ । ନିକଟରେ ଶେଷ ହୋଇଥିବା ଫଚାୟତ ନିର୍ବାଚନରେ କାକଟପୁର ନିର୍ବାଚନ ମଣ୍ଡଳୀରେ ଶାସକ ଦଳକୁ ଜନସାଧାରଣ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଛନ୍ତି, ଉଦାହରଣ ସ୍ୱରୂପ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ତାଙ୍କର ନିଜ ଫଚାୟତରେ ସରପଂଚ, ସମିତିସଭ୍ୟ ଓ ଏପରିକି ୱାର୍ଡମେମ୍ବର ଜିତାଇବାରେ ମଧ୍ୟ ଅସମର୍ଥ ହୋଇଛନ୍ତି । 

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବୋହୁ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକଙ୍କର ପତ୍ନୀ ସମିତିସଭ୍ୟ ପାଇଁ ଲଢ଼ି ମଧ୍ୟ ପରାଜୟ ବରଣ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜୁ ଜନତା ଦଳ ଉପରେ ଲୋକମାନଙ୍କର ଆକ୍ରୋଶ ଥିଲା ଯାହା ଫଳାଫଳରେ ପରିଣତ ହୋଇଛି । କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଗୋଟି ବ୍ଳକ ଅସ୍ତରଙ୍ଗ ଏବଂ କାକଟପୁର ଶାସକ ଦଳ ନିକଟରୁ ଖସିଯାଉଥିବା ଦେଖୁ ମନ୍ତ୍ରୀ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୃତୀୟ ମହଲା ଇଙ୍ଗିତରେ କଳ, ବଳ, କୌଶଳ ପ୍ରୟୋଗ କରି ଅର୍ଥବଳ, ବାହୁବଳ, ପୋଲିସ ପ୍ରଶାସନକୁ ଆଗକୁ ଆଣି ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୋଇଥିବା କଂଗ୍ରେସ ସମର୍ଥିତ ପ୍ରତିନିଧୁ ମାନଙ୍କ ନାମରେ ମିଥ୍ୟା କେସ କରି ଧମକାଇ ନିଜ ଆଡ଼କୁ ନେବାପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ଏହା ଅଗଣତାନ୍ତ୍ରିକ ।

ପ୍ରତ୍ୟାଖୁତ ହୋଇଥିବା ନେତାମାନେ ପ୍ରଶାସନକୁ ପାଥେୟ କରି ଗଣତନ୍ତ୍ରକୁ ହତ୍ୟା କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଶ୍ରୀ ଦାସ । ଯଦି ଏହିପରି ଅଗଣତାନ୍ତ୍ରିକ କାର୍ଯ୍ୟରୁ ଶାସକ ବିଜୁ ଜନତା ଦଳ ନିବୃତ ନ ରୁହେ ତେବେ କଂଗ୍ରେସ ଦଳ ଏହାର ଉଚିତ ଜବାବ୍ ଦେବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବନେତା । ବିନୋଦ କୁମାର ରାଉତ ମଧ୍ୟ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget