loading...

ମୋଦିଙ୍କ ସୁଶାସନ ଓ ବିକାଶ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି ୪ ରାଜ୍ୟବାସୀ : ସମୀର ମହାନ୍ତି

ମୋଦିଙ୍କ ସୁଶାସନ ଓ ବିକାଶ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି ୪ ରାଜ୍ୟବାସୀ : ସମୀର ମହାନ୍ତି

ଭୁବନେଶ୍ୱର,ଚଳିତ ନିର୍ବାଚନରେ ଉତରପ୍ରଦେଶ, ଉତରାଖଣ୍ଡ, ଗୋଆ ଏବଂ ମଣିପୁର ରାଜ୍ୟବାସୀ ପୁଣି ଥରେ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏ ସମସ୍ତ ରାଜ୍ୟରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ମିଳିଛି । ବିଶେଷ ଭାବେ ଉତରପ୍ରଦେଶ ଏବଂ ଉତରାଖଣ୍ଡ ରାଜ୍ୟବାସୀ ଲଗାତାର ଭାବେ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି । କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କାରଣରୁ ମୋଦି ସରକାରଙ୍କ ସୁଶାସନ, ବିକାଶ ଏବଂ ଜନକଲ୍ୟାଣ ଯୋଜନାଗୁଡିକ ସଠିକ୍ ଲାଭାର୍ଥୀଙ୍କ ପାଖରେ ପହଂଚିଥିବାରୁ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । 

ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଥ ସହ ବିଜେପି ବିଜୟ ଲାଭ କରିଥିବା ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓନ୍ତ, ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂହ ଏବଂ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ମଧ୍ୟ ଶ୍ରୀ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି ।

ଉତରପ୍ରଦେଶ ନିର୍ବାଚନ ଦାୟୀତ୍ୱରେ ଥିବା ଓଡିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମଣିପୁର ନିର୍ବାଚନ ଦାୟୀତ୍ବରେ ଥିବା ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କୁ ମଧ୍ୟ ଏହି ଐତିହାସିକ ସଫଳତା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget