loading...

ଶାସକ ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ : ଡ.ଲେଖାଶ୍ରୀ

ସରିଛି ତ୍ରିସ୍ତରୀୟ ପୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାଣ୍ଡୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି

ଶାସକ ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ : ଡ.ଲେଖାଶ୍ରୀ

ଭୁବନେଶ୍ୱର, ସରିଛି ତ୍ରିସ୍ତରୀୟ ପୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାଣ୍ଡୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି । ବିଜେଡିର ଗୁଣ୍ଡା ଓ ନେତାମାନଙ୍କ ଦ୍ଵାରା ବିଜେପି ସମର୍ଥିତ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ ଉପରେ ମିଛ ଆରୋପ ଲଗାଇବା ସହ ଘର ଉପରକୁ ବୋମାମାଡ କରାଯାଉଛି । ବିଜେପି ସମର୍ଥିତ ବିଜୟୀ ସମିତି ସଭ୍ୟଙ୍କ ଘରେ ଗଞ୍ଜେଇ ରଖୁବାର ଧମକ ଦେଉଛନ୍ତି ଶାସକ ଦଳର ନେତାମାନେ । ଫଚାୟତ ନିର୍ବାଚନ ସମୟରେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଥିଲା । ଏବେ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଆଗକୁ ଥିବାବେଳେ ପୁଣି ବିଜେଡି ନେତାଙ୍କ ଗୁଣ୍ଡାଗିରି ଦେଖ୍ବାକୁ ମିଳିଛି । ବିଜେଡିର ଏହି ଅଗଣତାନ୍ତ୍ରୀକ ଏବଂ ହୀନ କାର୍ଯ୍ୟରେ ସହାୟତା କରୁଛନ୍ତି ସ୍ଥାନୀୟ ପୋଲିସ ପ୍ରଶାସନ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଚଞ୍ଚକତା ଓ ଷଡଯନ୍ତ୍ର ରଚି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ବର୍ତମାନ ଫଚାୟତ ନିର୍ବାଚନରେ ଜୟଲାଭ କରିଥିବା ବିଜେପି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୟଭୀତ କରି ପ୍ରଭାବିତ କରୁଛି । ଏଭଳି ଘଟଣା ଦେଖୁବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମିଥ୍ୟା ଅରୋପ ଲଗାଇ ବିଜେପି ସମର୍ଥିତ ସଦସ୍ୟଙ୍କ ଘରର ତାଲା ଭାଙ୍ଗି ଜୋରଜବରଦସ୍ତ ପଶି ଆତଙ୍କରାଜ ସୃଷ୍ଟି କରୁଛି ପୋଲିସ । ଏନେଇ ପୁରୀ ଜିଲ୍ଲା ପୁଲିସ ଏସପିଙ୍କୁ ପଚାରିବାରୁ ଅପହରଣର ସଫେଇ ଦେଉଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟ । ସ୍ଥାନୀୟ ପୋଲିସ ସବୁକିଛି ଜାଣି ନଜାଣିଲା ଭଳି ଶାସକ ବିଜେଡିକୁ ଜିତାଇବା ପାଇଁ ଏଭଳି ହୀନକାର୍ଯ୍ୟର ଅଂଶବିଶେଷ ସାଜିଛି । 

ଗଣତନ୍ତ୍ର ପଦ୍ଧତିରେ ଜୟଯୁକ୍ତ କରିଥିବା ଲୋକପ୍ରତିନିଧୁମାନଙ୍କୁ ଧମକ, ଚମକ ଓ ଆକ୍ରମଣ କରି ଭୟଭୀତ ଏବଂ ପ୍ରଭାବିତ କରିଲେ ଫଚାୟତ ସମିତି ନିର୍ବାଚନ ନିରପେକ୍ଷ କିପରି ହୋଇପାରିବ ? ବିଜେଡିର ଏଭଳି ଗୁଣ୍ଡାଗିରି କରି ଭୋଟ ହାତେଇବା ଆଇନ ସଂଗତ ନୁହେଁ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିବା ସହିତ ଆଇନ ଭଙ୍ଗକାରୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଜଣାଇଛନ୍ତି । ଏହି ପ୍ରତିନିଧୁ ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget