ଭୁବନେଶ୍ୱର ,ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିବେକାନନ୍ଦ ସେଣ୍ଟର (AICYAm) ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଯେଉଁଥିରେ ବ୍ୟାଙ୍କର ସମସ୍ତ ମହିଳା କର୍ମଚାରୀ ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ସଞ୍ଜବ ଭରଦ୍ୱାଜ ମହିଳା କର୍ମଚାରୀମାନଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ । ଶ୍ରୀ ଭରଦ୍ୱାଜ ମହିଳାମାନଙ୍କୁ ବ୍ୟାଙ୍କିଙ୍ଗ୍ ଦାୟିତ୍ବ ନିର୍ବାହ ବେଳେ କର୍ମମୟ ଜୀବନର ସନ୍ତୁଳନ ବଜାୟ ରଖୁବାକୁ ପରାମର୍ଶ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏଥିରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ଦିନର ପ୍ରାସଙ୍ଗିକତା ବିଷୟରେ କହିଥିଲେ ।
ଚାନ୍ଦି ଭଣ୍ଡାରର ଅନ୍ୟତମ ପ୍ରମୋଟର ଏବଂ ରାମକ୍ରିଷ୍ଣା ଏଜେନ୍ସିର ମହାପ୍ରବନ୍ଧକ ଲିସା ନାୟକ ହଂସଙ୍କୁ ବ୍ୟାଙ୍କର ମହିଳା ବ୍ୟବସାୟୀ ଉଦ୍ୟୋଗୀ ଭାବରେ ସମ୍ମାନିତ କରାଯାଇଥିଲା । ମହାପ୍ରବନ୍ଧକ ମୁକ୍ତିକାନ୍ତ ରାୟ ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ଏହା ପରେ ବ୍ୟାଙ୍କର ମହିଳା କର୍ମଚାରୀମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ବ୍ୟାଙ୍କ ପକ୍ଷରୁ କଳାରାହାଙ୍ଗସ୍ଥିତ ସରକାରୀ ବିଦ୍ୟାଳୟରେ ସାମାଜିକ ଦାୟିତ୍ବବୋଧତା ଅଂଶବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ଭରଦ୍ଵାଜ ସ୍କୁଲ ଛାତ୍ରଛତ୍ରୀମାନଙ୍କୁ ପଙ୍ଖା,ସ୍କୁଲ ବ୍ୟାଗ ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ବଣ୍ଟନ କରିଥିଲେ।
Post a Comment