loading...

ବ୍ୟାଙ୍କ ଅଫ ବରୋଦାର ଭୁବନେଶ୍ଵର-୨ କ୍ଷେତ୍ରୀୟ କାର୍ଯ୍ୟାଳୟ କଟକରେ ଉଦ୍‌ଘାଟିତ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦାର ଭୁବନେଶ୍ଵର-୨ କ୍ଷେତ୍ରୀୟ କାର୍ଯ୍ୟାଳୟ କଟକର ବକ୍ସିବଜାରସ୍ଥିତ ଚଳଚ୍ଚିତ୍ର ଭବନ ଠାରେ ଉଦ୍‌ଘାଟିତ ହୋଇଯାଇଛି

ବ୍ୟାଙ୍କ ଅଫ ବରୋଦାର ଭୁବନେଶ୍ଵର-୨ କ୍ଷେତ୍ରୀୟ କାର୍ଯ୍ୟାଳୟ କଟକରେ ଉଦ୍‌ଘାଟିତ

କଟକ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦାର ଭୁବନେଶ୍ଵର-୨ କ୍ଷେତ୍ରୀୟ କାର୍ଯ୍ୟାଳୟ କଟକର ବକ୍ସିବଜାରସ୍ଥିତ ଚଳଚ୍ଚିତ୍ର ଭବନ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ବିଶାଲ । କୁମାର ଦେବ, ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦ ଓ ଓଏଫଡିସିର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ଦେବ କଟକର ଏତିହ୍ୟ ଉପରେ । ଗୁତୁତ୍ବାରୋପ କରିବା ସହ କଟକ ପାଇଁ ଓଡିଶା ପରିଚୟ ପାଇପାରିଛି ବୋଲି କହିଥିଲେ । ବ୍ୟାଙ୍କ ଅଫ ବରୋଦା ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବାରେ ଘରୋଇ ବ୍ୟାଙ୍କ ମାନଙ୍କ ଠାରୁ କୌଣସି ଦିଗରେ କମ୍ ନୁହେଁ ବୋଲି ସେ ମତ ରଖିଥିଲେ ଏବଂ ଓଡିଶାର ବ୍ୟବସାୟିକ ଅଭିବୃଦ୍ଧି ଦେଶ ମଧ୍ୟରେ ସର୍ବୋତ୍ତମ ହେବ ବୋଲି ଆଶା ପ୍ରକାଶ କରିଥିଲେ । 

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଚାନ୍ଦ ଗ୍ରାହକ ସେବା ଉପରେ ପ୍ରାଧାନ୍ୟ ଦେବା, ଶାଖା କାର୍ଯ୍ୟାଳୟ ଥିବା ମୁଖ୍ୟ ସହରଗୁଡିକରେ ପ୍ରଶାସନିକ କାର୍ଯ୍ୟାଳୟ ରହିବା ଆଦି ଉପରେ ଗୁରୁତ୍ବାରୋପ କରିଥିଲେ । । ରାଜ୍ୟରେ ବ୍ୟାଙ୍କର ଶାଖା ସଂଖ୍ୟା କମ୍ ଥିଲେ ମଧ୍ୟ ଏହା ବ୍ୟବସାୟିକ ଦୃଷ୍ଟିକୋଣ ତଥା ଲାଭ କ୍ଷେତ୍ରରେ ଅନ୍ୟମାନଙ୍କ ତୁଳନାରେ ବେଶ୍ ଆଗରେ ରହିଛି ବୋଲି ସେ ପ୍ରକାଶ କରିଥିଲେ । ଏହା ବ୍ୟତୀତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା ଓ ଜ୍ଞାନ । କୌଶଳ ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଥିଲେ । ଓଏଫଡିସିର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ମହିଳା ସଶକ୍ତିକରଣକୁ ବ୍ୟାଙ୍କ ଗୁରୁତ୍ବ ଦେଇଥିବାରୁ ବ୍ୟାଙ୍କର ଭୂୟସୀ ପ୍ରସଂଶା କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ପାଟଣା ଅଞ୍ଚଳର ଅଞ୍ଚଳ ମୁଖ୍ୟ ସଞ୍ଜୀବ ମେନନ୍ ସ୍ୱାଗତ ଭାଷଣ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଉପରେ ଆଲୋକପାତ କରିଥିଲେ । ପରିଶେଷରେ କ୍ଷେତ୍ରୀୟ ମୁଖ୍ୟ ଅନ୍ନୟ ମିଶ୍ର ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି କ୍ଷେତ୍ରକୁ ସର୍ବଶ୍ରେଷ୍ଠ କ୍ଷେତ୍ର ରେ ପରିଣତ । କରିବା ପାଇଁ ନିଜ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget