loading...

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡିକୁ ହିଂସାମୁହାଁ କରିଛି : ସମୀର ମହାନ୍ତି

ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମନୋଭାବ ପ୍ରଦର୍ଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡିକୁ ହିଂସାମୁହାଁ କରିଛି : ସମୀର ମହାନ୍ତି

ଭୁବନେଶ୍ୱର, ରାଜ୍ୟରେ ଆଇନ ତା ନିଜ ବାଟରେ ଯାଉ ନାହିଁ । ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ଖୋଦ୍ ରାଜ୍ୟ ସରକାର । ସଂଚାୟତ ନିର୍ବାଚନ ସମୟରେ ଶାସକ ବିଜେଡି ଦ୍ବାରା ହିଂସାତ୍ମକ ଆଚରଣ ଆମ ସମସ୍ତଙ୍କ ମନରୁ ଲିଭି ନଥିବାବେଳେ ବର୍ତମାନ ପୌର ନିର୍ବାଚନ ସମୟରେ ପୁଣି ଥରେ ଶାସକ ଦଳର ସମାନ ମନୋଭାବ ସାମ୍ନାକୁ ଆସିଛି । ପୌର ନିର୍ବାଚନ ସମୟରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଘଟିବା ଅତ୍ୟନ୍ତ ଚିନ୍ତାର ବିଷୟ । ନିର୍ବାଚନକୁ ବିରୋଧୀ ଶୂନ୍ୟ କରି ଯେଣତେଣ ହିସାବରେ ଶାସନ କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡିକୁ ଘାରିଛି । କ୍ଷମତା ପାଇଁ ଯେକୌଣସି ସ୍ତରକୁ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭେଟିଛନ୍ତି । ଗତ କାଲି ଭୁବନେଶ୍ବରରେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ଯେଉଁ ଭଳି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଘଟଣା ଘଟିବାର ୨୪ ଘଟା ବିତିବାକୁ ଯାଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସେହିପରି ଆଜି ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରରେ ସ୍ଥାନୀୟ ଏବଂ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିରୀହ ଜନତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ରାଜ୍ୟ ରାଜନୀତିରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ଶ୍ରୀ ଜଗଦ୍ଦେବ ଅତୀତରେ ଅନେକ ଥର ଆଇନ ଖିଲାପ କାର୍ଯ୍ୟ କରିଥିଲେ ସୁଦ୍ଧା ତାଙ୍କ ପ୍ରତି ରାଜ୍ୟ ସରକାର କୋହଳ ମନୋଭାବ ପ୍ରଦର୍ଶନ କରି ଆସୁଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଭୁବନେଶ୍ବର ଆକ୍ରମଣରେ ଶିକାର ହୋଇ ଚିକିସ୍ଥିତ ହେଉଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥୁ ସହ ଆକ୍ରମଣର ଶିକାର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କାର୍ଯ୍ୟକର୍ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି । ଏହି ପ୍ରତିନିଧୁ ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ୍, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦଜ ସିଦ୍ଧାର୍ଥ ଶଂକର ପତି ପ୍ରମୁଖ ସାମିଲ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget