ଭୁବନେଶ୍ବର, ଏକ ଅଭାବନୀୟ ଘଟଣାକ୍ରମରେ ସମଗ୍ର ରାଜ୍ୟକୁ ଲଜିତ କଲାଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଘଟଣାକୁ ପ୍ରଦେଶ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ପତ୍ନାକର ଗୁରୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କୁ ନିଜେ ମଦ୍ୟପାନ କରି ଅତି ଅମାନୁଷିକ ଭାବେ ଗାଡ଼ି ଚଢ଼ାଇ ୭ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୫ରୁ ଅଧୁକ ନିରୀହ ଜନତାଙ୍କୁ ଗମିର ଭାବେ ଆହତ କରିବା ଘଟଣା ଓଡ଼ିଶାର ରାଜନୈତିକ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଉପାୟରେ ଚାଲିଥିଲା ବେଳେ ବିଧାୟକ ସେଠାରେ ପହଂଚି ଅତ୍ୟନ୍ତ ଅମାନୁଷିକ ଭାବେ ଜୋରଜବରଦସ୍ତ ବ୍ଲକ ଅଫିସ ଭିତରକୁ ନିଜର ଏସ୍ୟୁଭି କାର ସହିତ ଧସେଇ ପସିବା ପାଇଁ ଉଦ୍ୟମ କରି ଉପସ୍ଥିତ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଯାହା ଫଳରେ ୨୨ ରୁ ଅଧୁକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଏଭଳି ଘୃଣ୍ୟ କାର୍ଯ୍ୟକୁ ଶ୍ରୀଯୁକ୍ତ ଶତପଥ କଡ଼ା ନିନ୍ଦା କରିବା ସହିତ କହିଥିଲେ ଯେ ଚିଲିକା ନିର୍ବାଚନ ମଣ୍ଡଳୀ ବାସୀ ଏଭଳି ବ୍ୟକ୍ତିଙ୍କୁ ନିଜର ପ୍ରତିନିଧ ଭାବରେ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବାରୁ ଆଜି ନିଶ୍ଚୟ ଲଜିତ ଅନୁଭବ କରୁଥିବେ । ବିର ସ୍ଵାଧୀନତା ସଂଗ୍ରାମୀ କୃତିବାସ ପାଟ୍ଟଶାହାଣୀ ଓ ପଣ୍ଡିତ ଶ୍ରୀ ଗୋଦାବରିଶ ମିଶ୍ରଙ୍କ ଜନ୍ମ ମାଟିରେ ଏଭଳି ଘୃଣ୍ୟ, ନିନ୍ଦନୀୟ ଓ ଅମାନବିୟ ଘଟଣା ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶକୁ ସ୍ତବ୍ଧ କରିଛି । କେଉଁ ଅଦୃଶ୍ୟ ଶକ୍ତିର ବଳରେ ବଳିଆନ ହୋଇ ବିଧାୟକ ଜଗଦେବ ଲଗାତର ଭାବରେ ତାଙ୍କର ଗୁଣ୍ଡାଗିରୀ ବିଭିନ୍ନ ସମୟରେ ଏକାଧୂକବାର କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିବା ସହିତ ତାଙ୍କର ବିଧାୟକ ପ୍ରଦକୁ ରଦ୍ଦ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବାପାଇଁ କଂଗ୍ରେସ ଦାବି କରିଛି । ମୁଖପାତ୍ର ଶ୍ରୀ ପତ୍ନାକର ଗୁରୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁରନ୍ତ ବିଧାୟକ ଜଗଦେବଙ୍କୁ ଏନଏସ୍ଏରେ ଗିରଫ କରିବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର କରିବେକି ?
ପଂଚାୟତ ନିର୍ବାଚନ ସମୟରେ ଯେଉଁ ହିଂସାର ବାତାବରଣ ସମଗ୍ର ଓଡ଼ିଶାବାସୀ ଦେଖୁଥଲେ ସମାନ କଥା ପୁର୍ନବାର ଆଳି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖୁବାକୁ ମିଳିଲା ଏବଂ ଆଶଙ୍କା କରାଯାଉଛି କି ମୁନିପାଲଟି ନିର୍ବାଚନରେ ମଧ୍ୟ ଏଭଳି ହିଂସା ସଂଗଠିତ ହୋଇପାରେ । ରାଜ୍ୟ ନିର୍ବାଚନ କମିଶନ ଏବଂ ପୋଲିସ ଡିଜି ଅନ୍ଧ ଧୃତରାଷ୍ଟ୍ରଭଳି ବ୍ୟବହାର ନକରି ଅପରାଧୁଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ଦାବି କରିଥିଲେ । ଦୀର୍ଘ ୨୨ ବର୍ଷର ଶାସନ ବ୍ୟବସ୍ଥା ଭିତରେ ରାଜନୀତିରେ ଅପରାଧୁକରଣକୁ ପ୍ରୋତ୍ସାହିତ କରିବା ଓ ଅପାରକ ତତ୍ଵଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଆଜି ଏଭଳି ଅଭାବନୀୟ ଘଟଣା ଦେବାକୁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଘସିପୁରା ବିଧାୟକଙ୍କ ପୁଅ ଏବଂ ତାଙ୍କୁ ସମର୍ଥକ ମାନଙ୍କର ମରଣାନ୍ତକ ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରିଥିଲେ । ବର୍ତ୍ତମାନ ଚିଲିକା ବିଧାୟକଙ୍କୁ ଅମାନୁଷିକ କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରୁଛି । ଆମର ଦାବି ତୁରନ୍ତ ଏଭଳି ଅପରାଧୁକ ମାନସିକତାର ବ୍ୟକ୍ତିବିଶେଷଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ସାଧାରଣରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରାଯାଉ ।
Post a Comment