loading...

କଳାପ୍ରେମ ବାଇଧର ପରିଡ଼ାଙ୍କ ଦଶମ ବାର୍ଷିକ ଶ୍ରାଦ୍ଧାତ୍ସବ ପାଳିତ

ପଳାଶୁଣି ଖଣ୍ଡେଶ୍ଵରୀ କଳାସଂସଦର ପ୍ରତିଷ୍ଠାତା, ବିଶିଷ୍ଟ କଳାକାର, ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତିତ୍ର, ବିଶିଷ୍ଟ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ

କଳାପ୍ରେମ ବାଇଧର ପରିଡ଼ାଙ୍କ ଦଶମ ବାର୍ଷିକ ଶ୍ରାଦ୍ଧାତ୍ସବ ପାଳିତ

ଭୁବନେଶ୍ୱର, ପଳାଶୁଣି ଖଣ୍ଡେଶ୍ଵରୀ କଳାସଂସଦର ପ୍ରତିଷ୍ଠାତା, ବିଶିଷ୍ଟ କଳାକାର, ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତିତ୍ର, ବିଶିଷ୍ଟ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ସଂଗଠକ ସ୍ବର୍ଗତ ବାଇଥର ପରିଡ଼ାଙ୍କ ଦଶମ ବାର୍ଷିକ ଶ୍ରାଦୋତ୍ସବ ପବିତ୍ର ଶିବରାତ୍ରୀ ଅବସରରେ ଖଣ୍ଡେଶ୍ଵରୀ କଳାସଂସଦ ପରିସରରେ ପ୍ରାଧାପକ ଶରତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ଗାୟକ ଆହ୍ବାଦ ସୁରେନ୍ଦ୍ରନାଥ ଛୋଟରାୟ, ସଙ୍ଗୀତ ଗୁରୁ ପ୍ରଫୁଲ୍ଲ କୁମାର ବଳ, ଗାୟିକା କଳ୍ପନା ଓଝା, ସଙ୍ଗୀତଜ୍ଞ ବଶିଷ୍ଟ ନାୟକ, ସାମାଜିକ ସଙ୍ଗଠକ ସହଦେବ ତରାଇ, ଲକ୍ଷ୍ମୀଧର ନାୟକ, ଅକ୍ଷୟ କୁମାର ସାହୁ, ରଞ୍ଜନ କୁମାର ଜେନା, ମୁରଲୀଧର ମହାପାତ୍ର ପ୍ରମୁଖ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ଏହି ଅବସରରେ ମୁରଲୀଧର ମହାପାତ୍ରଙ୍କୁ ବାଇଧର ପରିଡ଼ା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵର୍ଗତ ପରିଡ଼ାଙ୍କ ନାତୁଣୀ ଲିଜା, ରଶ୍ମିରେଖା ସହଯୋଗ କରିଥିବା ବେଳେ ତାଙ୍କ ସୁପୁତ୍ର ଗୌରାଙ୍ଗ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ କଳାକାରଙ୍କ ସ୍ମୃତିରେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget