loading...

ଜନ୍ମରୁ ବଧୂର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ

ଜନ୍ମରୁ ବଧୂର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତ୍ତମାନ ସମ୍ ଅଲିମେଟ୍

ଜନ୍ମରୁ ବଧୂର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ

ଭୁବନେଶ୍ୱର, ଜନ୍ମରୁ ବଧୂର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତ୍ତମାନ ସମ୍ ଅଲିମେଟ୍ ମେଡିକେୟାରରେ ଉପଲବ୍ଧ । ନିକଟରେ ବରଗଡ ଅଂଚଳର ଗୋଟିଏ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏଟି ସର୍ଜରୀ ସମ୍ମରେ କରାଯାଇଛି । ଏହି । ବାଳକଟି ଜନ୍ମରୁ ଶୁଣିପାରୁ ନଥିବା ବେଳେ କଥା କହିବା ମଧ୍ୟ ଶିଖୁ ନଥିଲା ।

ଶିଶୁଟିର ଏଭଳି ସାହ୍ୟାବସ୍ଥାକୁ ଦେଖୁ ତା'ର ବାପା-ମା ବ୍ୟତିବ୍ୟସ୍ତ ହୋଇ ଚିକିତ୍ସା ନିମନ୍ତେ ଅନେକ ସ୍ଥାନକୁ ଯାଇଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଲଡାଉନ୍ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଶିଶୁଟିର ଚିକିତ୍ସା ହୋଇପାରି ନଥିଲା । ତେବେ ଶେଷରେ ସେମାନେ ସମ୍ ଅଲିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କୁବେସ୍ ସର୍ଜରୀ ବିଭାଗର ସିନିୟର୍ କସଟ୍ୟଟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ନିଜ ପୁଅକୁ ନେଇ ଚିକିତ୍ସା ପାଇଁ ଆସିଥିଲେ । 

ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ସାହୁ କଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ସର୍ଜରୀଟି ପୋଷ୍ଟେରିୟର୍ ଟିମ୍ପାନୋଟୋମି ପ୍ରକ୍ରିୟାରେ କରାଯାଇଥିଲା । ଏହି ପ୍ରକ୍ରିୟା ହେଉଛି ଏକ ମିନିମାଲୀ ଇଭେସିଭ ପ୍ରକ୍ରିୟା ଯେଉଁଥିରେ କି ଏକ ଛୋଟ ଛିଦ୍ର ମାଧ୍ୟମରେ ସର୍ଜରୀ କରାଯାଇଥାଏ ଏବଂ ଏହା ଖୁବ୍ କମ୍ କଷ୍ଟଦାୟକ ଅଟେ ବୋଲି ସଫଳତାର ସହ ସର୍ଜରୀ କରିଥିବା ଡାକ୍ତର ସାହୁ କହିଛନ୍ତି । ଏହି ପ୍ରକ୍ରିୟା ଦ୍ବାରା ରୋଗୀଟି ଖୁବ୍ ଶୀଘ୍ର ଶ୍ରବଣ ଶକ୍ତି ପାଇବାରେ ସକ୍ଷମ ହୋଇଥାଏ । ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସଫଳତାର ସହ ସଂପାଦନ କରାଯାଇଥିଲା ଏବଂ ୨୧ ଦିନ ପରେ ଏହି ଡିଭାଇସ୍‌କୁ ସିଅନ୍ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଅଡିଓଲୋଜିଷ୍ଟ ଲୋପାମୁଦ୍ରା ତ୍ରିପାଠୀ ଏବଂ ଅଭିନୀଶ କୁମାର ଡାକ୍ତର ସାହୁଙ୍କ ତତ୍ତ୍ଵାବଧାନରେ ଡିଭାଇସକୁ ନେଇ କାର୍ଯ୍ୟ କରିଥିଲେ ଏବଂ । ସର୍ଜରୀ ପରେ ୩ ମାସ ପର୍ଯ୍ୟନ୍ତ ଶିଶୁଟିର ସିଟ୍ ଥେରାପି ମଧ୍ୟ କରାଯାଇଥିଲା । ବର୍ତମାନ ଶିଶୁଟି ଶୁଣିବାରେ ସକ୍ଷମ ହୋଇପାରିଛି ଏବଂ ବିଭିନ୍ନ ଶବ୍ଦକୁ ଅନୁସରଣ କରୁଛି । ସେ ଧୀରେ ଧୀରେ କଥା କହିବା ମଧ୍ୟ ଶିଖୁଯିବ ବୋଲି ସେ କହିଛନ୍ତି । କାନର ଭିତର ପାର୍ଶ୍ଵରେ ସମସ୍ୟା ଥିବା ଯୋଗୁଁ ବିଶ୍ବବ୍ୟାପୀ ଅନେକ ଲୋକ ବରତାର ଶିକାର ହୋଇଥାନ୍ତି । କଲିୟର ଏକ ଛୋଟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହାକୁ କି କାନର ଭିତର ପାର୍ଶ୍ଵରେ ପ୍ରତ୍ୟାରୋପଣ କରାଯିବା ଦ୍ବାରା ସମ୍ପୂର୍ଣ୍ଣ ବଧୂର କିପା ଅଳ୍ପ ଶୁଣିପାରୁଥିବା ଲୋକଙ୍କର ଶ୍ରବଣ ଶକ୍ତି ବୃଦ୍ଧି ପାଇଥାଏ ବୋଲି ମାର୍ଚ୍ଚ ୩ ୱାର୍ଲ ହିୟରିଂ ଡେ (ବିଶ୍ଵ ଶ୍ରବଣ ଦିବସ) ପରିପ୍ରେକ୍ଷୀରେ ଡାକ୍ତର ସାହୁ କହିଛନ୍ତି ।

ଚଳିତ ବର୍ଷ ୱାର୍ଲ ହିୟରିଂ ଡେ -୨୦୨୨ ର ଥିମ୍ ରହିଛି “ଟୁ ହିୟର ଫର୍ ଲାଇଫ୍, ଲିସିନ୍ ଔଥ କେୟାର" । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଧିରତା ଦୂର କରିବା । ଏହାର ଅର୍ଥ ହେଉଛି ଉପଯୁକ୍ତ ଭାବେ କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେବା ଦ୍ଵାରା ଆମେ ଜୀବନବ୍ୟାପୀ ଠିକ୍ ଭାବେ ଶୁଣିପାରିବାରେ ସକ୍ଷମ ହୋଇପାରିବା । ଏହାଛଡା ଶ୍ରବଣ ଶକ୍ତି ହରାଇବାର ଅନେକ ସାଧାରଣ କାରଣକୁ ଦୂର କରିହେବ ଓ ଅଧିକ ଶବ୍ଦ ପ୍ରଦୂଷଣ ଯୋଗୁଁ ବଧୂରତାକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ଡାକ୍ତର ସାହୁ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget