loading...

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ବରଠାରେ ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୨ର ଉଦ୍‌ଘାଟନ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ବରଠାରେ ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୨ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ବରଠାରେ ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୨ର ଉଦ୍‌ଘାଟନ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ବରଠାରେ ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୨ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶାଳ କୁମାର ଦେବ, ଆଇଏଏସ୍, ପ୍ରିନ୍ସିପାଲ୍ ସେକ୍ରେଟାରୀ, ଅର୍ଥ । ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନାବାର୍ଡ଼ର ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ବିଦ୍ୟା କ୍ରିଷ୍ଣନ୍, ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍ ଏବିସିର ଆବାହକ ଅରୁପାନନ୍ଦ ଜେନା, ଓଡିଶା ସରକାରଙ୍କ ଡିଆଇଏଫ୍ ପ୍ରଜ୍ଞାସ୍ମିତା ସାହୁ ଏବଂ ରାଜ୍ୟରେ କାର୍ଯ୍ୟ କରୁଥିବା କେତେକ ପ୍ରମୁଖ ବ୍ୟାଙ୍କଗୁଡ଼ିକର କଣ୍ଡାଲି ମୁଖ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ । "Go Digital, Go Secure" ବିଷୟବସ୍ତୁ ସହିତ ଆର୍ଥିକ ସାକ୍ଷରତା ପୋଷ୍ଟର ଏବଂ ଲିଫ୍‌ଲେଟ୍ ମଧ୍ୟ ଉଦ୍‌ଘାଟିତ ହୋଇଥିଲା । 

ଏହି ବିଷୟବସ୍ତୁ ଉପରେ ଟେଲିଭିଜନ କମର୍ସିଆଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଗତ ତିନି ଦଶନ୍ଧି ମଧ୍ୟରେ ଡିଜିଟାଲ ବ୍ୟାଙ୍କରେ ବିକାଶ ଏବଂ କୋଭିଡ଼ କିପରି ଡିଜିଟାଲ ବ୍ୟବହାରର ଅଭିବୃଦ୍ଧି ଦ୍ବାରା ବ୍ୟାଙ୍କିଙ୍ଗ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିଛି ସେ ସମ୍ବନ୍ଧରେ ମୁଖ୍ୟ ଅତିଥୁ ମନ୍ତବ୍ୟ ଦେଇଥିଲେ । ହୃଦାନନ୍ଦ ପଣ୍ଡା, ରିଜିଓନାଲ ଡାଇରେକ୍ଟର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ବର ଆର୍ଥିକ ସାକ୍ଷରତା ସପ୍ତାହର ଫ୍ରେ ମର୍କ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଚଳିତ ବର୍ଷର ଆର୍ଥିକ ସାକ୍ଷରତା ସପ୍ତାହର ତିନୋଟି ମୁଖ୍ୟ ବାର୍ତ୍ତା ସମ୍ବନ୍ଧରେ ଆଲୋଚନା କରିଥିଲେ । ସେ ସୂଚନାର ପ୍ରସାର ମାଧ୍ୟମରେ ଆର୍ଥିକ ସାକ୍ଷରତା କ୍ଷେତ୍ରରେ ବ୍ୟାଙ୍କ କର୍ମଚାରୀମାନଙ୍କ ଭୂମିକା ସମ୍ପର୍କରେ ବୁଝାଇ କହିଥିଲେ ଏବଂ ଗ୍ରାହକ ଓ ଜନସାଧାରଣମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । 

ନାବାର୍ଡ଼ର ମୁଖ୍ୟ ମହାପ୍ରବନ୍ଧକ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନାବାର୍ଡ ଦ୍ୱାରା ଆୟୋଜିତ ଭିଜୁଆଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ଦେଶରେ ଡିଜିଟାଲ ବ୍ୟବହାର କିପରି ବୃଦ୍ଧି ପାଇଛି ଏବଂ ଏହା ସାଇବର ନିରାପତ୍ତା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି ବୋଲି କହିଥିଲେ । ରାଜ୍ୟରେ ଏଫଏଲସି, ଏଲଡିଏମ୍ ଏବଂ ସିଏଫଏଲ କୋଅର୍ଡିନେଟମାନଙ୍କ ଦ୍ଵାରା ଉପରୋକ୍ତ ବିଷୟବସ୍ତୁ ଅନ୍ତର୍ଗତ ସ୍ବତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଏଲଡିଓମାନେ କିଛି କାର୍ଯ୍ୟକ୍ରମରେ ଅନ୍‌ଲାଇନ୍ ମୋଡ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget