loading...

ପିସିସି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ବୈଠକ ଅନୁଷ୍ଠିତ

ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ସମ୍ପର୍କିତ ବୈଠକ ଭୁବନେଶ୍ବର

ପିସିସି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ସମ୍ପର୍କିତ ବୈଠକ ଭୁବନେଶ୍ବର ନିଳାଦ୍ରୀ ବିହାର ନିକଟସ୍ଥ ଲୁମ୍ବିନି କଭେସନ ସଭାକକ୍ଷରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶିଷ୍ଠ ଆଦିବାସୀ ନେତା ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ପ୍ରତି ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ଚିଫ ଏନରୋଲର ନିଯୁକ୍ତି କରାଯିବ ଏବଂ ସେମାନେ ପ୍ରତ୍ୟେକ ବୁଥରେ ବୁଥ ଏନରୋଲର ନିଯୁକ୍ତି କରାଯିବ ଯିଏକି ପ୍ରତି ବୁଥ ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ କରିବେ । ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ, ନେତୃବୃନ୍ଦ ବିଶେଷ କରି ସାମାଜିକ ଗଣମାଧ୍ୟମର ସଦସ୍ୟ ମାନଙ୍କୁ ବୁଥସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବାପାଇଁ ଅନୁରୋଧ କରିଥିଲେ ।

ରାଜ୍ୟ ସଭା ସାଂସଦ ତଥା ପ୍ରଦେଶ ନିର୍ବାଚନ ଅଧୁକାରୀ (ପିଆରଓ) ଶ୍ରୀ ନିରଜ ଡାଙ୍ଗି, ଏପିଆରଓ ଶ୍ରୀ ସଂଦୀପ ସିଂ ଓ ଶ୍ରୀ ଅମିତାଭ ଚକ୍ରବର୍ତ୍ତି ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ଉଦ୍‌ବୋଧନ ଦେଇ କହିଲେଯେ ଅଖୁଳ ଭାରତ କଂଗ୍ରେସ କମିଟି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ବାଚନ ସଂପୂର୍ଣ୍ଣ କରିବାପାଇଁ ସ୍ଥିର କରିଛନ୍ତି । ସେଥିପାଇଁ ଓଡ଼ିଶାରେ ଏହି କାର୍ଯ୍ୟକୁ ଅଧୁକ ତ୍ବରାନ୍ବିତ ତଥା କ୍ରିୟାଶୀଳ କରି ପ୍ରତ୍ୟେକ ବୁଥ ଯେପରି ସକ୍ରିୟ ହୋଇପାରିବ ସେ ସଂପର୍କରେ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଏହି ସଭ୍ୟ ସଂଗ୍ରହ ଉଭୟ ଫର୍ମ ପୂରଣ ଦ୍ଵାରା ଅଥବା ମୋବାଇଲ ଆପରେ ମଧ୍ୟ ସଭ୍ୟମାନେ ନାମ ପଞ୍ଜିକରଣ କରିପାରିବେ । ସେଥିପାଇଁ କିଭଳି କର୍ମୀମାନେ ମୋବାଇଲ ମାଧ୍ୟମରେ ସଭ୍ୟଭୁକ୍ତ ହୋଇପାରିବେ ସେ ସଂପର୍କରେ ବୈଠକରେ ପ୍ରାଞ୍ଜଳ ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ଅଖୁଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଡ. ଏ ଚେଲା କୁମାର, ସଂପାଦକ ଶ୍ରୀ ରୁଦ୍ର ରାଜୁ କହିଲେ ଯେ ବର୍ତମାନ ରାଜ୍ୟରେ ପୌର ନିର୍ବାଚନରେ ନେତୃବୃନ୍ଦ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଅନୁରୂପ ଭାବରେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ମଧ୍ୟ ଆମକୁ ଅଗ୍ରାକାର ଦେବାକୁ ପଡ଼ିବ । ଉଦବୋଧନ ଦେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ବାଳ, ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଟିଆ, ଶରତ ରାଉତ, ସପ୍ତଗିରୀ ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ଯଜ୍ଞଶ୍ବର ବାବୁ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାମାଜିକ ଗଣମାଧ୍ୟମ ସଦସ୍ୟ, ପିସିସି କର୍ମକର୍ତ୍ତା, କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛା ଯୋଗଦେଇଥିଲେ । 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget