ଭୁବନେଶ୍ୱର,ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଏକ ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭୁବନେଶ୍ବର ଜୋନାଲ ଅଡିଟ୍ କାର୍ଯ୍ୟାଳୟର ମହାପ୍ରବନ୍ଧକ ମୁକ୍ତି ରଞ୍ଜନ ରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବ୍ୟାଙ୍କର ପାଖାପାଖି ଶାଖାଗୁଡିକର ଗ୍ରାହକମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ବ୍ୟାଙ୍କର ଉପ-ଆଞ୍ଚଳିକ ପ୍ରବନ୍ଧକ ଜେ ଦିକ୍ଷୀତ ଗ୍ରାହକମାନଙ୍କୁ ସ୍ଵାଗତ ଜଣେଇବା ସହ ଏହି କାର୍ଯ୍ୟକ୍ରମର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବ୍ୟାଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଉପରେ ଆଲୋକପାତ କରିଥିଲେ ।
ଶ୍ରୀ ରାୟ ବିତ୍ତୀୟ ସମ୍ପଭି ଗୁଡିକର ସୁରକ୍ଷା ପାଇଁ ଉପଭୋକ୍ତାମାନଙ୍କର ଅଧୁକାର ଓ ଦାୟିତ୍ବ ବିଷୟରେ ବୁଝାଇ କହିଥିଲେ ଓ ଡିଜିଟାଲ ଚ୍ୟାନେଲ୍ ବ୍ୟବହାର ସମୟରେ ସାଇବର ଠକାମୀରୁ ପ୍ରତିହତ ରହିବା ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଡିଜିଟାଲ ଉତ୍ପାଦ, ସେବା ଏବଂ ଗ୍ରାହକ ସହଜତା ଉପରେ ଏକ ପାୱାର ପଏଣ୍ଟ ପ୍ରଦର୍ଶିତ ହୋଇଥିଲା । ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ଉତ୍ପାଦଗୁଡିକର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋଚନା କରାଯାଇଥିଲା । ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ ସମୟରେ ଉତ୍ତମ ବନ୍ଧୁତ୍ଵପୂର୍ଣ୍ଣ ଉତ୍ପାଦ ପାଇଁ ଡିଜିଟାଲ ସେବାର ଉନ୍ନତି ନିମନ୍ତେ କିଛି ଗ୍ରାହକ ନିଜର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ଉପ-ମହାପ୍ରବନ୍ଧକ ଆଦିତ୍ୟ ପାଢୀ ସମ୍ମିଳନୀର ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment