ଭୂବନେଶ୍ୱର, ରାଜ୍ୟର ସମସ୍ତ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଦିଗରେ ନ୍ୟସ୍ତ ହୋଇଥିବା ଟାସ୍କ ଫୋର୍ସ ଗୁଡିକ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି । ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୁକାରୀ ଏବଂ ବ୍ଲକ ଶିକ୍ଷା ଅଧ୍ବକାରୀଙ୍କୁ ସଠିକ୍ ଫଳାଫଳ ହାସଲ କରିବାରେ ସମର୍ଥ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ (ଓ.ସେ.ପା), ଭୁବନେଶ୍ଵର ତରଫରୁ ଏକ ତିନି ଦିନିଆ ଆବାସିକ ଜିଲ୍ଲା ସାଧନ ଗୋଷ୍ଠୀ ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଭୁବନେଶ୍ବରଠାରେ ଆୟୋଜନ କରାଯାଇଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓ.ସେ,ପା, ଶ୍ରୀ ଅନୁପମ ସାହା ଏବଂ ଶ୍ରୀ ସନତ କୁମାର ମହାନ୍ତି, ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଯେଉଁଥିରେ କି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧୁକାରୀ ଉପସ୍ଥିତ ଥିଲେ ଓ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟକୁ ଅଂଶଗ୍ରହଣକାରୀମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ ।
ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ, ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ନେତୃତ୍ଵ ଦକ୍ଷତା, ଏକବିଂଶ ଶତାବ୍ଦୀର ଦକ୍ଷତା, ପାଠ୍ୟକ୍ରମ++ ଓ ଏକ୍ସପୋଜର୍ ପରିଦର୍ଶନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମକୁ ସୁଗମ କରିବା ନିମନ୍ତେ ତାଲିମ ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ୫-‘ଟି’ ଅନ୍ତର୍ଗତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ଵର ବିକାଶ କରିବା । ଏହି କର୍ମଶାଳାରେ ସ୍ମାର୍ଟ ବୋର୍ଡ, ପ୍ରୋଜେକ୍ଟର, ମାଇକ୍ରୋସଫ୍ଟ ଅଫିସ୍ ଇତ୍ୟାଦି ବ୍ୟବହାର ପରି ଡିଜିଟାଲ୍ ଦକ୍ଷତା ବିକାଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।
ଏହି ତିନି ଦିନର କାର୍ଯ୍ୟସୂଚୀ ହେଉଛି ଯେ ଆମ-ସଚେତନତା, ପ୍ରଶିକ୍ଷଣ ଏବଂ ପରାମର୍ଶ, ଦଳ ନିମାଣ, ଛାତ୍ରମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ଦକ୍ଷତା, ଜାତୀୟ ଶିକ୍ଷା ନୀତି ୨୦୨୦, ଇ-ବିଷୟବସ୍ତୁ ବିକାଶ ଏବଂ ଏକ୍ସପୋଜର୍ ପରିଦର୍ଶନର ଗୁରୁତ୍ଵ ଉପରେ ତାଲିମକୁ ସୁଗମ କରିବା । ଏତଦବ୍ୟତୀତ ଆଗାମୀ ସପ୍ତାହରେ ସମଗ୍ର ଶିକ୍ଷା ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଜିଲ୍ଲାର ପ୍ରୋଗ୍ରାମର୍ ଏବଂ ତଥ୍ୟ ପରିଚାଳନା – ତଥା-ଯୋଜନା ସଂଯୋଜକମାନଙ୍କ ପାଇଁ ଡିଜିଟାଲ ଦକ୍ଷତା ଉପରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ କରାଯିବ ପାଇଁ ଧାର୍ଯ୍ୟ କରାଯାଇଛି ।
Post a Comment