loading...

କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ଗୁଣାତ୍ମକ ଅନୁସନ୍ଧାନର ଅନେକ ଗୁରୁତ୍ବ ରହିଛି : ଡଃ ସଂଘମିତ୍ରା

ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଭଳି ଅଦୃଶ୍ୟ ଶତ୍ରର ମୁକାବିଲା କରିବା ପରେ ମଣିଷ ସମାଜ ଏବେ ଧୀରେ ଧୀରେ ତା’ର ପୂର୍ବାବସ୍ଥାକୁ ଫେରିବା ଆରମ୍ଭ କରିଛି

କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ଗୁଣାତ୍ମକ ଅନୁସନ୍ଧାନର ଅନେକ ଗୁରୁତ୍ବ ରହିଛି : ଡଃ ସଂଘମିତ୍ରା

ଭୁବନେଶ୍ୱର, ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଭଳି ଅଦୃଶ୍ୟ ଶତ୍ରର ମୁକାବିଲା କରିବା ପରେ ମଣିଷ ସମାଜ ଏବେ ଧୀରେ ଧୀରେ ତା’ର ପୂର୍ବାବସ୍ଥାକୁ ଫେରିବା ଆରମ୍ଭ କରିଛି । ଯଦିଓ କୋଭିଡର କରାଳଛାୟା ସଂପୂର୍ଣ୍ଣ ହଟି ନାହିଁ । ତେବେ ମଣିଷ କିଛିଟା ଆଶ୍ଵସ୍ତି ଲାଭ କରୁଛି । ତେବେ କୋଭିଡ ସମୟରେ ଗୁଣାତ୍ମକ ଅନୁସନ୍ଧାନର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହା ଅନେକ ମାତ୍ରାରେ ସାହାଯ୍ୟକାରୀ ହେବ ବୋଲି କହିଛନ୍ତି ରିଜିଓନାଲ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସ କଲେଜ (ଏସ୍‌ଏସି) ପକ୍ଷରୁ ଆୟୋଜିତ ଦୁଇ ଦିନିଆ “ଦ୍ବାଲିଟେଟିଭ ରିସର୍ଚ୍ଚ ମେଥଡୋଲୋଜି: ଏକ୍ସପ୍ଲୋରିଙ୍ଗ୍ ଦ ଇନୋଭେଟିଭ ସ୍ନେକ୍ରମ” ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପତି କହିଛନ୍ତି ଯେ କୋଭିର ମୁକାବିଲା ନିମନ୍ତେ ମାତ୍ରାତ୍ମକ ଅନୁସନ୍ଧାନ ଅପେକ୍ଷା ଗୁଣାତ୍ମକ ଅନୁସନ୍ଧାନର ଗୁରୁତ୍ବ ଖୁବ୍ ଅଧିକ ।

କୋଭିଡର ଦୁଇଟି ପର୍ଯ୍ୟାୟରେ ଆଗଧାଡିରେ ରହି କରୋନା ଟେଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡଃ ପତି ମାସ୍ତ୍ର ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି । ଏହି ସମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କୋଭିଡ ସମୟରେ ନର୍ସ ମାନଙ୍କର ଭୂମିକାକୁ ଅନେକ ପ୍ରଶଂସା କରିଛନ୍ତି । 

ନିଜ ଅନୁଭୂତି ବଖାଣି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସେ ୩ ଥର କୋଭିଡ ସଂକ୍ରମିତ ହୋଇସାରିଲେଣି ଏବଂ ଏହି ସଂକ୍ରମଣ ସମୟରେ ନର୍ସମାନଙ୍କର ସେବା ଓ ଯତ୍ନକୁ ଖୁବ୍ ଭଲ ଭାବେ ଉପଲବ୍ଧି କରିପାରିଛନ୍ତି ବୋଲି ସେ କହିଥିଲେ ।ତେବେ ଆମ ଦେଶରେ ଡାକ୍ତର ଏବଂ ନର୍ସଙ୍କର ଅନେକ ଅଭାବ ରହିଛି । ଆମକୁ ୧୨ ଲକ୍ଷ ଡାକ୍ତର ଏବଂ ୨୦ ଲକ୍ଷ ନର୍ସଙ୍କର ଆବଶ୍ୟକତା ରହିଥିବା ଏ ବିଷୟରେ ପ୍ରଫେସର ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ବିତା ଲେଙ୍କା ସମ୍ମାନିତ ଅତିଥି ଏବଂ ମଣିପାଲ କଲେଜ ଅଫ୍ ନର୍ସର ଚାଇଲ୍ଡ ହେଲଥ ନର୍ସ ବିଭାଗର ପ୍ରଫେସର ଡକ୍ଟର ମମଥା ଶିବାନନ୍ଦା ପାଇ ସତନ୍ତ୍ର ଅତିଥି ଭାବେ ଯୋଗ ଦେଇ । ଗୁଣାତ୍ମକ ଅନୁସନ୍ଧାନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget