ଭୁବନେଶ୍ୱର,ବିଶ୍ୱର ସର୍ବବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ଭାରତର ଗଣତନ୍ତ୍ରର ବୟସ ଯେତିକି ଯେତିକି ବୃଦ୍ଧି ପାଉଛି, ଗଣତନ୍ତ୍ରର ପଦ୍ଧତି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତିନିଧ ବା ରାଜନେତାମାନଙ୍କର ଗୁରିତ୍ରିକ ଗୁଣାବଳୀରେ ସେତିକି ଦୁର୍ନୀତି, ଅପରାଧ ବଢି ବଢି ଋଲିଛି । ତେଣୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିନ୍ ଅଫ୍ ଦି ଟାଇମ୍ ପକ୍ଷରୁ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ପାଇଁ ଏକ ଜାତୀୟସ୍ତରୀୟ ଅଭିଯାନ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବ ବୋଲି ହୋଟେଲ କେଶରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଡ୍ ଅଫ୍ ଦି ଟାଇମ୍ବର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି ।
ସେମାନେ କହିଛନ୍ତି ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଆମ ଦେଶର ନିର୍ବାଚନ ପଦ୍ଧତି ସମ୍ପର୍କରେ ତୁଳନାତ୍ମକ ସମୀକ୍ଷା କରାଯିବା ସହ ଆମ ଦେଶର ରାଜନୈତିକ ବିଷାରଦମାନଙ୍କର ମତାମତକୁ ଆଧାର କରି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଅଭିଯାନ ଭଲିବା ସହିତ ମୁଖ୍ୟ ନିର୍ବାଚନ କମିଶନର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏ ସମ୍ପର୍କରେ ଦାବିପତ୍ର ତଥା ରାଜନୈତିକ ବିଷାରଦମାନଙ୍କର ମତାମତ ପ୍ରଦାନ କରାଯିବ ।
Post a Comment